ETV Bharat / state

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବାରଣ୍ଡାରେ ଗଢ଼ା ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ - ବିଦ୍ୟାଳୟରେ ମୌଳିକ ବ୍ୟବସ୍ଥା ନଥିବା ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀ ଗୃହ ଅଭାବ ଦେଖା ଦେଉଛି । ବିଦ୍ୟାଳୟରେ ମୌଳିକ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ବାରଣ୍ଡାରେ ଗଢ଼ା ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

author img

By

Published : Dec 19, 2022, 7:37 AM IST

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସରକାର ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡିଣ୍ଡିମ ପିଟୁଥିବା ବେଳେ ତୃଣମୂଳ ସ୍ଥରରେ ତାହା ଫେଲ ମାରୁଛି । କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀ ଗୃହ ଅଭାବ ଦେଖାଦେଉଛି । ସରକାରଙ୍କ ସର୍ବଶିକ୍ଷା ଅଭିଯାନର ବିକଳ ଚିତ୍ର ଏବେ ପଦାରେ ପଡିଛି ।

ଜୁନାଗଡ଼ ବ୍ଲକ କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ଟି ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏହି ସ୍କୁଲରେ ସମସ୍ତ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ପଡି ରହିଛି । କେତେବେଳେ ଭାଙ୍ଗିଯିବ ତାହା କାହାକୁ ମଧ୍ୟ ଜଣା ନାହିଁ । ଗୋଟିଏ ମଧ୍ୟ ଶ୍ରେଣୀ ଗୃହ ନଥିବା ଯୋଗୁଁ ବର୍ଷ ବର୍ଷ ଧରି ବାରଣ୍ଡାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଶ୍ରେଣୀଗୃହ ପାଇଁ ସରପଞ୍ଚ, ବିଇଓ ଏବଂ ଜୁନାଗଡ଼ ବିଧାୟକଙ୍କୁ ଗ୍ରାମବାସୀ ଅନୁରୋଧ କରିଥିଲେ । ହେଲେ ଏମାନଙ୍କ କଥାକୁ କେହି ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ଫଳରେ ବାରଣ୍ଡାରେ ବସି ଭବିଷ୍ୟତ ଗଢ଼ୁଛନ୍ତି ଶିକ୍ଷକ । ଅନ୍ୟ ପକ୍ଷରେ ଏହି ସ୍କୁଲରେ ଶୌଚାଳୟ ନଥିବାବେଳେ ରୋଷେଇ ଘର ମଧ୍ୟ ନଥିବା ଅଭିଯୋଗ ହୋଇଛି ।

ସେହିପରି ବ୍ଲକର ସୁରୁଗୁଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ମଧ୍ୟ ବେହାଲ । ଏଠାରେ ମଧ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସ୍କୁଲରେ ଜଣେ ଶିକ୍ଷକ ଥିବାବେଳେ ଏହି ସ୍କୁଲରେ ମଧ୍ୟ ଭିତ୍ତିଭୂମି ଅଭାବ ରହିଛି । ଛାତ୍ରଛାତ୍ରୀ ବସୁଥିବା ଶ୍ରେଣୀଗୃହ ଛାତରୁ ସିମେଣ୍ଟ ଖସୁଥିବାବେଳେ ସ୍କୁଲରେ ଶୌଚାଳୟ, ରୋଷେଇ ଘର, ଅତିରିକ୍ତ ଶ୍ରେଣୀଗୃହ କିମ୍ବା ବାଡ଼ ମଧ୍ୟ ନଥିବା ଅଭିଯୋଗ ହୋଇଛି । ସ୍କୁଲକୁ ଚାରି ପଟରୁ ଜଙ୍ଗଲ ଘେରି ରହିଛି । ସ୍କୁଲ ପଛପଟେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଲାଗି ରହିଥିବା ବେଳେ ଆଗପଟେ ସଗଡାନଦୀ ପ୍ରବାହିତ ହେଉଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତା ମଧ୍ୟରେ ଗତି କରୁଛି ।

ସରକାରୀ ସ୍କୁଲର ଏଭଳି ସ୍ଥିତି ଓ ସରକାରୀ କଳର ଉଦାସୀନତା ଯୋଗୁଁ ଜିଲ୍ଲାରେ ବେସରକାରୀ ସ୍କୁଲ ଛତୁ ଫୁଟିଲା ଭଳି ନିର୍ମାଣ ହେଉଛି । ସରକାରୀ ସ୍କୁଲରୁ ଅନେକ ପିଲା ମୁହଁ ଫେରାଇ ନେଉଛନ୍ତି । ସେପଟେ ସ୍ମାର୍ଟ କ୍ଲାସରୁମ ସହ ଡିଜିଟାଲ ପାଠ ପଢିବା ନେଇ ସରକାର ଅନେକ ସ୍କୁଲକୁ 5T ଯୋଜନାରେ ଅନ୍ତର୍ଭୁକ୍ତ କରି କିଛି ସ୍କୁଲର ଚିତ୍ର ବଦଳାଇ ଦେଇଥିବାବେଳେ ଜିଲ୍ଲାରେ ଆଜି ମଧ୍ୟ ଅନେକ ସ୍କୁଲ ଏଭଳି ସ୍ଥିତି ଦେଇ ଗତି କରୁଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.