କଳାହାଣ୍ଡି: ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଲେଜର ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଉପରେ ଅଦୌ ଗୁରୁତ୍ବ ଦିଆଯାଉନାହିଁ । ହଷ୍ଟେଲ କୋଠା ପୁନରୁଦ୍ଧାର ସହ ଅହେତୁକ ଫିସ ବୃଦ୍ଧିକୁ ନେଇ ଛାତ୍ର ନେତା ଆଶିଷ ମହାପାତ୍ରଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ପରେ କଲେଜ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ କଲେଜର ଉପରୋକ୍ତ ସମସ୍ୟାର ସମାଧାନ ନହେଲେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ