ETV Bharat / state

ଅନ୍ଧବିଶ୍ବାସ ଗଳିରେ ସମାଜ, କୁଷ୍ଠ ରୋଗ ପାଇଁ ଗାଁରୁ ବାସନ୍ଦ ! - ଅନ୍ଧବିଶ୍ବାସ ଗଳିରେ ମଣିଷ ସମାଜ

ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭିତରେ ଛନ୍ଦି ହୋଇଛି ମଣିଷ ଜୀବନ । ଅମାନବିକତା ଭାବନା ନିରୀହ ପାଇଁ ଦାଉ ସାଧୁଛି । ଦିନେ ନୁହେଁ କି ଦୁଇ ଦିନ ନୁହେଁ 30 ବର୍ଷ ହେବ କୁଷ୍ଠ ରୋଗ ଯୋଗୁଁ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଥୁଆମୂଳ ରାମପୁର ବ୍ଲକର କଦମା ମାଝୀ । ଅଧିକ ପଢ଼ନ୍ତୁ

struggle story of leprosy patient kadama majhi
ଅନ୍ଧବିଶ୍ବାସ ଗଳିରେ ସମାଜ, କୁଷ୍ଠ ରୋଗ ପାଇଁ ଗାଁରୁ ବାସନ୍ଦ !
author img

By

Published : Jul 8, 2022, 5:41 PM IST

Updated : Jul 9, 2022, 12:24 PM IST

ଭବାନୀପାଟଣା: ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି । ବିଜ୍ଞାନ ଯେତେ ଆଗକୁ ଗଲେ ସଚେତନତାର ଅଭାବରେ ମଣିଷ ଘାଣ୍ଟି ହେଉଛି । ମଣିଷ ସମାଜରେ ରହିବାକୁ ଭଲପାଏ,ସେଇ ସମାଜ ହିଁ ତାର ସୁଖଦୁଃଖର ସାହାରା ପାଲଟିଥାଏ। କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ ଅସହାୟ ଜୀବନ ଜିଇଁବାକୁ ବାଧ୍ୟ ହୋଇପଡେ । ହେଲେ ସବୁ ବୁଝିପାରୁଥିବା ଏଇ ମଣିଷ ସମାଜ ବେଳେବେଳେ ଅମାନବିକତାର ବଶବର୍ତ୍ତି ହୋଇ ନିରୀହଙ୍କୁ ଯନ୍ତ୍ରଣା ମୁହଁକୁ ଠେଲିଦିଏ ।

ଅନ୍ଧବିଶ୍ବାସ ଗଳିରେ ସମାଜ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦିନେ ନୁହେଁ କି ଦୁଇ ଦିନ ନୁହେଁ 30 ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠ ରୋଗୀ କଦମା ମାଝୀ । କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ଗ୍ରାମବାସୀ ତାଙ୍କୁ ଗାଁରୁ ବାସନ୍ଦ କରିଦେଇଛନ୍ତି । ତେଣୁ ଘରଦ୍ବାର ଛାଡି ଗାଁଠାରୁ ପ୍ରାୟ ୧ କିଲୋମିଟର ଦୂର ଏକ ପାହାଡରେ ଏକାକୀ ପଥର କୁଡ଼ିଆରେ ଭାଗ୍ୟ ଆଦରି ପଡ଼ି ରହିଛନ୍ତି । ଦିନକୁ ଦିନ ଏହି ବ୍ୟାଧି ବଢିବାରେ ଲାଗିଥିବା ବେଳେ କଦମାଙ୍କ ଦୁଃଖ ବଢ଼ିବାରେ ଲାଗିଛି । ଖରା, ବର୍ଷା, ଶୀତ ଖାଇ ବର୍ଷ ତମାମ ଆଦିମ ମଣିଷ ଭଳି ଏଇ ପଥର କୁଡିଆରେ ସେ ପଡି଼ ରହିଛନ୍ତି । ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି ।

ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ କଦମାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇଛି । ସରକାରୀ ସହାୟତା କହିଲେ ମାତ୍ର 5 କେଜି ଚାଉଳ ଏବଂ ମାସିକ ଭତ୍ତା ବାବଦକୁ 500 ଟଙ୍କା । ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ତାଙ୍କୁ ମିଳିଲାନାହିଁ । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟପଟେ କଦମା ଔଷଧ ଖାଇ ସଂପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ସେ କୌଣସି ବ୍ୟକ୍ତିଙ୍କ ପାଇଁ ବିପଦ ନୁହଁନ୍ତି ବୋଲି ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହାସତ୍ତ୍ବେ ଅନ୍ଧ ବିଶ୍ବାସକୁ ଆପଣାଇ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଛନ୍ତି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ବୈଠକ ଦ୍ବାରା ସେମାନଙ୍କୁ ବୁଝାଯିବ ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ତେବେ କଦମାଙ୍କ ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jul 9, 2022, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.