ETV Bharat / state

ଓଡିଶା ମାଟିରେ ଫଳୁଛି ମିଠା ମିଠା ଲାଲ୍ ଟହଟହ ଷ୍ଟ୍ରବେରୀ, ଆତ୍ମନିର୍ଭରଶୀଳ ହେଲେ ଆଦିମ ଜନଜାତି ମହିଳା

author img

By

Published : Mar 10, 2023, 8:48 PM IST

Updated : Mar 11, 2023, 1:09 PM IST

ରାଜ୍ୟ ପାଇଁ ଆଉ ଦୁର୍ଲଭ ନୁହେଁ ଷ୍ଟ୍ରବେରୀ ଚାଷ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଚାଷ ହେଇଛି ମିଠାମିଠା ଲାଲ୍ ଟହଟହ ଷ୍ଟ୍ରବେରୀ । ଅଧିକ ପଢ଼ନ୍ତୁ

ରାଜ୍ୟ ପାଇଁ ଆଉ ଦୁଲ୍ଲଭ ନୁହେଁ ଷ୍ଟ୍ରବେରୀ ଚାଷ

କଳାହାଣ୍ଡିରେ ଷ୍ଟ୍ରବେରୀ ଚାଷ

ଭବାନୀପାଟଣା: ଷ୍ଟ୍ରବେରୀ କାହାକୁ ବା ପସନ୍ଦ ନୁହେଁ । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେତିକି ଟେଷ୍ଟି । ଦେଖନ୍ତୁ କ୍ଷେତରେ କିପରି ଫଳିଛି ସୁନ୍ଦର ସୁନ୍ଦର ଷ୍ଟ୍ରବେରୀ । ଆଖି ଯୁଆଡେ ବୁଲାଇବେ ଷ୍ଟ୍ରବେରୀ ଗଛ ଏବଂ ଗଛରେ ଫଳିଥିବା ମିଠା ମିଠା ଲାଲ୍ ଟହଟହ ଫଳ ଦେଖିବେ । ତେବେ ଏ ଦୃଶ୍ୟ ବାହାର ରାଜ୍ୟର ନୁହେଁ ବରଂ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର । ଦିନ ଥିଲା ରାଜ୍ୟ ପାଇଁ ଷ୍ଟ୍ରବେରୀ ଥିଲା ଏକ ଦୁର୍ଲଭ ବିଦେଶୀ ଫଳ । ଓଡ଼ିଶା ଭଳି ଉଷ୍ମ ଜଳବାୟୁରେ ଏହାକୁ ଚାଷ କରିବା କଳ୍ପନା ବାହାରେ ଥିଲା । କିନ୍ତୁ ଏବେ ଦିନ ବଦଳି ଯାଇଛି । କଳାହାଣ୍ଡି ଜିଲ୍ଲାପାଳଙ୍କ ଆଗ୍ରହ କ୍ରମେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ବାରା ଷ୍ଟ୍ରବେରୀ ଚାଷ କରାଯିବାର ପ୍ରଚେଷ୍ଟା ସଫଳ ହୋଇ ପାରିଛି ।

୫ ଏକର ଜମିରେ ଏହି ଚାଷ କରିବା ପାଇଁ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ୨୮ ଲକ୍ଷ ୫୮ ହଜାର ଟଙ୍କା ଅର୍ଥ ମଞ୍ଜୁର କରିଥିଲେ । ସେଥିମଧ୍ୟରୁ କୃଷି ଉଦ୍ୟାନ ବିଭାଗର ବୁନ୍ଦା ଜଳସେଚନ ପାଇଁ ୨ ଲକ୍ଷ ୮୭ ହଜାର ୭୭୮ ଟଙ୍କା, ଗ୍ରାମପଞ୍ଚାୟତର ଆଦିମ ଜନଜାତି ଉନ୍ନୟନ ପାଣ୍ଠିରୁ ୩ ଲକ୍ଷ ୮୨ ହଜାର ୩୦୦ ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀର ଅଂଶଧନ ଭାବେ ରଖାଗଲା ।

ସେହିପରି ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ଜଳ ଯୋଗାଣ ପାଇଁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ବାରା ସୌର ଚାଳିତ ପମ୍ପ ଯୋଗାଇ ଦିଆଯାଇଥିଲା । ସମୁଦାୟ ୨୮ ଲକ୍ଷ ୫୮ ହଜାର ୦୩୨ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇ ହିମାଚଳ ପ୍ରଦେଶରୁ ଷ୍ଟ୍ରବେରୀ ଚାରା ଅଣାଯାଇ ଜାନୁଆରୀ ୧୦ ତାରିଖରେ ରୋପଣ କରାଗଲା । ଏହାର ପ୍ରଥମ ପାଚିଲା ଫଳ ଫେବ୍ରୁଆରୀ ୨୮ ତାରିଖରେ ବଜାରରେ ଉପଲବ୍ଧ ହୋଇଥିଲା ।

ଚାଷର ସଫଳତା ଦେଖି ଏହାର ସଠିକ ବଜାରୀକରଣ ପାଇଁ ଓରମାସ ଓ ମିଶନଶକ୍ତିକୁ ଦାୟିତ୍ଵ ମିଳିଛି । ସେହିପରି ଷ୍ଟ୍ରବେରୀ ବିକ୍ରି ଦ୍ବାରା ପ୍ରାୟ ୨୫ ଲକ୍ଷ ଓ ଚାରା ବିକ୍ରି ଦ୍ବାରା ୫ ଲକ୍ଷରୁ ଅଧିକ ଟଙ୍କା ଉପାର୍ଜନ କରିବାର ସମ୍ଭାବନା ରହିଥିବା କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ । ଦିନେ ଏହି ଆଦିମ ଆଦିବାସୀ ମହିଳା ଜଙ୍ଗଲ ଜାତ୍ୟ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବନ ଜାପାନ କରୁଥିଲେ, ମାଣ୍ଡିଆ କାଙ୍ଗୁ ଭଳି ଚାଷ କରୁଥିଲେ ସୁଦ୍ଧା ବଜାରକୁ ପହଞ୍ଚି କାମ ଦରରେ ବିକ୍ରି କରୁଥିଲେ।

ଯେଉଁଥିରେ ଦି ଓଳି ଦିମୁଠା ପେଟକୁ ମିଳିବା ମଧ୍ୟ ମୁସ୍କିଲ ହୋଇପଡ଼ିଥିଲା । ହେଲେ ଷ୍ଟ୍ରବେରୀ ଆଣି ଦେଇଛି ସେହି ଆଦିବାସୀ ମହିଳାଙ୍କ ମୁହଁରେ ହସ । ଏହି ଗାଁର ମହିଳା ମାନେ ସାମିଲ ହୋଇ ଗାଁ ମାଟିର ଉତ୍ପାଦନ କରୁଛନ୍ତି ଷ୍ଟ୍ରବେରୀ । ଯାହା ସେମାନଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ସମୟରେ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଉତ୍ପାଦନ ହୋଇଥିବା ଷ୍ଟ୍ରବେରୀ ଭେଟି ଦେଇଥିଲେ । କଳାହାଣ୍ଡି, କୋରାପୁଟ ସମ୍ବଲପୁର ଭଳି ଜିଲ୍ଲାରେ ଏବେ ଫଳୁଛି ଷ୍ଟ୍ରବେରୀ । ଚାଷୀ ଓ ସରକାରଙ୍କ ଚେଷ୍ଟା ଜାରି ରହିଲେ ବିଭିନ୍ନ ଜିଲ୍ଲାରେ ଫଳି ପାରନ୍ତା ଷ୍ଟ୍ରବେରୀ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 11, 2023, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.