ETV Bharat / state

ଖୁବ ଶୀଘ୍ର ପରଦାକୁ ଆସିବ ସହିଦ ବୀର ରେଣ୍ଡୋ ମାଝୀଙ୍କ କାହାଣୀ

author img

By

Published : Dec 11, 2020, 6:56 AM IST

ସ୍ୱାଧୀନତା ସଂଗ୍ରାମୀ ବିଶିଷ୍ଟ ଆଦିବାସୀ ସଂଗ୍ରାମୀ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଅଞ୍ଚଳର ଆଦିବାସୀ ଯୋଦ୍ଧା ରେଣ୍ଡୋ ମାଝୀଙ୍କୁ ନେଇ ଆରବିଏସପି ଫିଲ୍ମ ତରଫରୁ ହେବାକୁ ଥିବା ଏକ ଚଳଚିତ୍ର ଶୁଭ ମହୁରତ ହୋଇଯାଇଛି । ଅଧିକ ପଢନ୍ତୁ...

ବୀର ସହୀଦ ରେଣ୍ଡୋ ମାଝୀଙ୍କୁ ନେଇ ଚଳଚ୍ଚିତ୍ର ଶୁଭ ମହୂରତ

ଭବାନୀପାଟଣା: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ବିଶିଷ୍ଟ ଆଦିବାସୀ ସଂଗ୍ରାମୀ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଅଞ୍ଚଳର ଆଦିବାସୀ ଯୋଦ୍ଧା ରେଣ୍ଡୋ ମାଝୀଙ୍କୁ ନେଇ ଆରବିଏସପି ଫିଲ୍ମ ତରଫରୁ ହେବାକୁ ଥିବା ଏକ ଚଳଚିତ୍ର ଶୁଭ ମହୁରତ ହୋଇଯାଇଛି । ଏହି ଶୁଭ ମହୁରତରେ ମୁଖ୍ୟ ଅତିଥି ଭାବେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଭବାନୀପାଟଣାସ୍ଥିତ ଜେଲ ଛକ ଠାରେ ଥିବା ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ଶୁଭ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମରେଶ ଜେନା ପ୍ରଯୋଜକ ବିପ୍ଳବ ପ୍ରସାଦ ରାଉତ ଲେଖକ ପରମେଶ୍ୱର ମୁଣ୍ଡ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ସହରର ଅନେକ ବୁଦ୍ଧିଜୀବୀ ଓ ଲେଖକ ଉପସ୍ଥିତ ଥିଲେ ।

ରେଣ୍ଡୋ ମାଝୀଙ୍କ ସମ୍ପୂର୍ଣ୍ଣ ଜୀବନୀ ଉପରେ ଆଧାରିତ ହୋଇ କିମ୍ବଦନ୍ତୀ, ଜନଶୃତି ଆଧାରରେ ଚଳଚ୍ଚିତ୍ରଟି ଏକ ଫିକ୍ସନ ଉପରେ ମୁକ୍ତିଲାଭ କରିବ ବୋଲି ଏହାର ଗବେଷକ ପରମେଶ୍ୱର ମୁଣ୍ଡ ସୂଚନା ଦେଇଛନ୍ତି । କାହାଣୀରେ ୧୭୦ ବର୍ଷ ତଳର ଆଦିବାସୀ ଜୀବନ ଚର୍ଯ୍ୟାର ସଂସ୍କୃତି ଆଦିବାସୀ ଜୀବନ ଧାରାକୁ ସମ୍ମାନର ସହ ସ୍ଥାନିତ କରାଯାଇଥିବା କଥା ମଧ୍ୟ ନିର୍ଦ୍ଦେଶକ ଓ ଲେଖକ କହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.