ଭବାନୀପାଟଣା: ବାଘଛାଲ ବିକ୍ରି ପାଇଁ ଭବାନୀପାଟଣାରେ ଡିଲ ଚାଲିଥିବା ବେଳେ ମାଡି ବସିଲା ଏସଟିଏଫ । ଏକ କଲରାପତରିଆ ବାଘଛାଲ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଗୁଣୁପୁର ଗାଁର କୈଳାସ ମାଝୀ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା । ଏନେଇ ଏକ ବିଶେଷସୁତ୍ରରୁ ଖବର ପାଇଁ ଉତ୍ତର ବନଖଣ୍ଡ ଓ ଏସ୍ଟିଏଫ୍ର ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢାଉ ସମୟରେ ଗୋଟିଏ କଲରା ପତରିଆ ବାଘଛାଲ ଜବତ ହୋଇଥିବା ବେଳେ ବାଘ ଛାଲ ତସ୍କରୀରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗ । ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ବନ ବିଭାଗ ସୂଚନା ଦେଇଛି ।