ETV Bharat / state

ଜୁଆଆଡ୍ଡାରେ ପୋଲିସର ଚଢାଉ, ୬ ଜୁଆଡି ଗିରଫ

author img

By

Published : May 17, 2022, 9:36 AM IST

ଜୁଆଆଡ୍ଡା ଉପରେ ପୋଲିସର ଅତର୍କିତ ଚଢାଉ । ମାଷ୍ଟରମାଇଣ୍ଡ ସମେତ 6 ଜଣ ଗିରଫ । ଅଧିକ ପଢନ୍ତୁ

ଜୁଆଆଡ୍ଡାରେ ପୋଲିସର ଚଢାଉ, ୬ ଜୁଆଡି ଗିରଫ
ଜୁଆଆଡ୍ଡାରେ ପୋଲିସର ଚଢାଉ, ୬ ଜୁଆଡି ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ । ପୋଲିସ ଆଖିରେ ଧୂଳି ଦେଇ କଳାହାଣ୍ଡି ଜିଲ୍ଲାରେ ବେଆଇନ ଜୁଆ ଖେଳ ଚାଲିଥିବା ଅଭିଯୋଗ ରହିଥିଲା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇଥିଲା । ଫଳରେ ପୋଲିସ ଗୋଳାମୁଣ୍ଡା ଥାନା ଅଞ୍ଚଳରେ ଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି 6 ଜଣ ଜୁଆଡି ଗିରଫ କରିଛି । ସେମାନଙ୍କ ନିକଟରୁ ୮ ଟି ବାଇକ, ୪ଟି ମୋବାଇଲ ଫୋନ, ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଛି ।

ଜୁଆଆଡ୍ଡାରେ ପୋଲିସର ଚଢାଉ, ୬ ଜୁଆଡି ଗିରଫ

ସୂଚନା ଅନୁଯାୟୀ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ଶେଷ ମୁଣ୍ଡରେ ଥିବା ଟିକେନ୍ ଜୋର ନାଳ ନିକଟରେ ଏହି ଜୁଆ ଖେଳ ଚାଲୁଥିଲା । ଏନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗତକାଲି(ସୋମବାର) ସେଠାରେ ଅତର୍କିତ ଚଢାଉ କରିଥିଲା । ଚଢାଉ ସମୟରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗାଁର ମାଷ୍ଟର ମାଇଣ୍ଡ ପ୍ରକାଶ ଚନ୍ଦ୍ର ମେହେର, ଜୁନାଗଡ଼ ଥାନା ଚିଚିଗୁଡା ଗାଁର ଅନନ୍ତ ସାହୁ , ସାନଚେର ଗାଁର ନବ ପୁଟେଲ, କେଗାଁର ଦେବେନ୍ଦ୍ର କଟା, ନୃପରାଜ ମେହେର ଓ ଅରକ୍ଷିତ ମେହେର ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.