ଭବାନୀପାଟଣା: ସହରରେ ମାତିଥିବା ସିନ୍ଧିଚୋରକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ । ଗତ କିଛିଦିନ ଧରି ଭବାନୀପାଟଣା ସହରରେ ରାତିରେ ଚୋରି ଘଟଣା ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ ହୋଇଆସୁଥିଲା। ଏନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସମତେ 5 ଯୁବକ ଓ ଜଣେ ଯୁବତୀକୁ ଗିରଫ କରିଛି ।
ଏହାର ତଦନ୍ତ କରି ଟାଉନ ଥାନା ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଭବାନୀପାଟଣାରେ ରହୁଥିବା କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ନୂତନ ବାଣୁଆ, ସମେତ 5 ଜଣ ଯୁବକ ଓ ଜନୈକା ଯୁବତୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।
ଏହାସହ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଜଣେ ଯୁବତୀ ସହ ଜଣେ ଯୁବକ ଗିରଫ ହୋଇଥିବାବେଳେ ଏମାନଙ୍କ ଠାରୁ ମୋବାଇଲ, ପାଟ ଶାଢ଼ୀ, ପ୍ରାୟ ୫ ଗ୍ରାମ ସୁନା ଜବତ କରିଛି ଟାଉନ ପୋଲିସ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ