ଭବାନୀପାଟଣା: କଂଗ୍ରେସର ଦସ୍ତଖତ ଅଭିଯାନ । ଜାତୀୟ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର, କୃଷି ଋଣ ଛାଡ, ଧାନ ଦର ବୃଦ୍ଧିକୁ ନେଇ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଦୁର୍ଗା ମଣ୍ଡପ ଠାରେ ବ୍ଲକ ସଭାପତି ରାଜେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦସ୍ତଖତ ଅଭିଯାନ କୋକସରା ବ୍ଲକରେ ପ୍ରତି ପଞ୍ଚାୟତରେ କରିବ କଂଗ୍ରେସ । କେନ୍ଦ୍ରର କୃଷି ଆଇନ ବିରୋଧୀ ଅଭିଯାନକୁ ତୃଣମୁଳସ୍ତରରେ ସମର୍ଥନ ମିଳିବ ବୋଲି ଉପସ୍ଥିତ ବକ୍ତାମାନେ ମତ ରଖିଥିଲେ । ଅନୁଷ୍ଠିତ ଅଭିଯାନରେ ସମସ୍ତ କଂଗ୍ରେସ କର୍ମୀ ଓ ଚାଷୀ ଯୋଗଦେଇଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ