ETV Bharat / state

ପଛ ବାଟ ଦେଇ ଚାଲିଥିଲା ବେପାର, ଫାଇନ ସହ ସିଲ୍ ହେଲା ଦୋକାନ

କୋଭିଡ ଗାଇଡଲାଇନ ଉଲଙ୍ଘନ କରିବାରୁ ଭବାନୀପାଟଣା ପୂଜା କ୍ଲଥ ଷ୍ଟୋରକୁ ସିଲ କଲା ପ୍ରଶାସନ । 5000 ଟଙ୍କା ଫାଇନ ସହ ଦୋକାନ ସିଲ କଲା ପୋଲିସ । ଅଧିକ ପଢନ୍ତୁ...

ପଛୁଆ ବାଟରେ ଦୋକାନ ଖୋଲି ଚାଲିଥିଲା ବେପାର, ଫାଇନ ସହ ସିଲ୍ ହେଲା ଦୋକାନ

author img

By

Published : Jun 11, 2021, 6:30 AM IST

ଭବାନୀପାଟଣା: କୋଭିଡ ଗାଇଡଲାଇନ ଉଲଙ୍ଘନ କରିବାରୁ ଭବାନୀପାଟଣା ପୂଜା କ୍ଲଥ ଷ୍ଟୋରକୁ ସିଲ କଲା ପ୍ରଶାସନ । 5000 ଟଙ୍କା ଫାଇନ ସହ ଦୋକାନ ସିଲ କଲା ପୋଲିସ ।

ଗୁରୁବାର ସାବିତ୍ରୀ ବ୍ରତ ଥିବାରୁ ପଛ ପଟୁ ଦୋକାନ ଖୋଲା କରି ଗ୍ରାହକଙ୍କୁ ସାମଗ୍ରୀ ବିକୁଥିଲେ ଦୋକାନୀ । କୋରୋନା ସଂକ୍ରମଣ ରୋକିବାକୁ ସରକାର 17 ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରିଥିବା ବେଳେ ଲୋକଙ୍କୁ ଘରେ ରହିବା ପାଇଁ ପ୍ରଶାସନ ନିବେଦନ କରିବା ସହ ଅତି ଜରୁରୀକାଳୀନ ଦୋକାନକୁ ଖୋଲା ରଖିବା ପାଇଁ କୁହାଯାଇଛି ।

ହେଲେ ଭବାନୀପାଟଣା ସହରରେ ଅନେକ ଦୋକାନ କୋରୋନା ଗାଇଡଲାଇନ ଉଲଙ୍ଘନ କରି ଦୋକାନ ଖୋଲୁଛନ୍ତି । ସାବିତ୍ରୀ ବ୍ରତ ପାଇଁ ଗୁରୁବାର ସକାଳୁ ସକାଳୁ ଭବାନୀପାଟଣା ପୁଜା କ୍ଲଥ ଷ୍ଟୋର ଖୋଲି ପଛ ପଟ ଗେଟରୁ ଲୋକଙ୍କୁ ସାମଗ୍ରୀ ଦେଇଥିଲା । ପ୍ରଶାସନ ଖବର ପାଇ ପହଞ୍ଚି 5000 ଟଙ୍କା ଫାଇନ ସହ ଦୋକାନକୁ ସିଲ କରିଥିଲେ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.