ଭବାନୀପାଟଣା: ଗଜଲ ସଂଗୀତର ମୂର୍ଚ୍ଚନାରେ ଝୁମିଲେ ସହରବାସୀ । ଅନେକ ନୂଆଁ ପୁରୁଣା ଗଜଲ ଗୀତରେ ସୁରେ ସୁରେ ବିମୋହିତ ହୋଇଥିଲେ ଦର୍ଶକ । ତେବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଓଡିଶା ଉର୍ଦ୍ଦୁ ଏକାଡେମୀ ଓ କଳାହାଣ୍ଡି କଳାକାର ସଙ୍ଘ ପକ୍ଷରୁ ଶାମ୍-ଏ-ଗଜଲ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଆୟୋଜିତ କାର୍ଯ୍ୟକ୍ରମରେ ବଲିଉଡ୍ ଗାୟିକା ନାଜିଆ ଆଲାମ୍ ଓ ସାଥି ସଙ୍ଗୀତ ପରିବେଶଣ କରିଥିଲେ । ତାଙ୍କର ଗଜଲ ପରିବେଷଣରେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଥିଲେ । କଳାହାଣ୍ଡି କଳାକାର ସଙ୍ଘର ସଭାପତି କାଦିର ଖାଁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୌର ଅଧକ୍ଷା ସଂଯୁକ୍ତା ବେହେରା, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଦ ରଥ ପ୍ରମୂଖ ଯୋଗଦେଇ ଗଜଲ୍ ସଂନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ । ଏଥିସହ ପ୍ରତ୍ୟେକଟି ଗଜଲ ଗୀତର ଧୁନ ସମସ୍ତ ଅତିଥିଙ୍କ ଠାରୁ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା ।
ଇଟିଭି ଭାରତ, କଳାହାଣ୍ଡି