କଳାହାଣ୍ଡି: ଭବାନୀପାଟଣା ସହରର ନକଟିଗୁଡା ଅଞ୍ଚଳରୁ ସେକ୍ସ ରାକେଟ ଠାବ ହୋଇଛି । ନକଟିଗୁଡା ଅଞ୍ଚଳର ଏକ ଭଡା ଘରେ ଦେହ ବ୍ୟାପାର ଚାଲିଥିବା ଜଣା ପଡିଛି । ଖବର ପାଇ ଟାଉନ ଥାନା ପୋଲିସ ଚଢ଼ାଉ କରିବା ସହ ଘଟଣାସ୍ଥଳରୁ ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି । ଅନ୍ୟପକ୍ଷେ ୩ ଗ୍ରାହକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ଏହି ଘଟଣାରେ ରାକେଟର ରିଙ୍ଗମାଷ୍ଟର ଘଟଣାସ୍ଥଳରୁ ସନ୍ଦେହ ଜନକ ଭାବେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଦେହଜୀବୀ ଓ ଗ୍ରାହକମାନଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ