ETV Bharat / state

ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୬ ଜଣ ଗୁରୁତର - ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା

ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା । ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଗଲା ନବଜାତ ଶିଶୁ । ଅଧିକ ପଢନ୍ତୁ

ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା
ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା
author img

By

Published : Nov 19, 2022, 12:52 PM IST

ଭବାନୀପାଟଣା: କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୬ ଜଣ ଗୁରୁତର, ଅଳ୍ପକେ ବର୍ତ୍ତିଗଲା ନବାଜାତ ଶିଶୁର ଜୀବନ । ଏଭଳି ଘଟଣା ଘଟିଛି ନର୍ଲା ଥାନା ଅନ୍ତର୍ଗତ ଗୁହୁରିଆପଦର ରେଳ ଫାଟକ ନିକଟରେ । ଗୁରୁତରଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା

ମିଳିଥିବା ସୂଚନା ଅନୁଯାୟୀ, ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ସଦସ୍ୟ ଅଟୋରେ ଭବାନୀପାଟଣା ମେଡ଼ିକାଲକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ନର୍ଲା ଥାନା ଅନ୍ତର୍ଗତ ଗୁହୁରିଆପଦର ରେଳ ଫାଟକ ନିକଟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସିଥିବା ଏକ ବୋଲେରୋ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଭରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିବାବେଳେ ସେଥିରେ ବସିଥିବା ୬ଜଣ ସଦସ୍ୟ ଗୁରୁତର ହୋଇପଡିଥିଲେ । କିନ୍ତୁ ସୋଭାଗ୍ୟ ବସତଃ ଅଟୋରେ ବସିଥିବା ତିନି ଦିନରେ ନବଜାୟ ଶିଶୁଟି ଅଳ୍ପକେ ବର୍ତ୍ତି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-International Men's Day: ନିଶର ବାଲୁକା କଳା କରି ଶୁଭେଚ୍ଛା ଦେଲେ ସୁଦର୍ଶନ

ଦୁର୍ଘଟଣା ଘଟିଥିବା ଜାଣିବା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୋଲେରୋ ଏବଂ ଅଟୋକୁ ଜବତ କରିବା ସହ ଉଭୟ ଗାଡିର ଡ୍ରାଇଭରଙ୍କୁ ଅଟକ ରଖିଥିବା ନେଇ ପୋଲିସ ସୂଚନା ମିଳିଛି । ସସସ୍ତ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.