ETV Bharat / state

ବିବାହ ଭୋଜି ଖାଇ ୧୦ରୁ ଊର୍ଦ୍ଧ୍ବ ଗୁରୁତର, ମେଡିକାଲରେ ଭର୍ତ୍ତି

author img

By

Published : Mar 11, 2023, 7:41 AM IST

ଗାଁରେ ଜମିଥିଲା ବିବାହ ଭୋଜି ଭାତର ଆସର । ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ୧୦ରୁ ଊର୍ଦ୍ଧ୍ବ । ଅଧିକ ପଢ଼ନ୍ତୁ

ଗାଁରେ ଜମିଥିଲା ବିବାହ ଭୋଜି ଭାତର ଆସର
ଗାଁରେ ଜମିଥିଲା ବିବାହ ଭୋଜି ଭାତର ଆସର

ଭବାନୀପାଟଣା: ବିବାହ ଭୋଜି ଖାଇବା ପଡିଲା ମହଙ୍ଗା । ଭୋଜି ଖାଇ ୧୦ରୁ ଊର୍ଦ୍ଧ୍ବ ଗୁରୁତର ମେଡିକାଲରେ ଭର୍ତ୍ତି । ଗାଁରେ ଜମିଥିଲା ବିବାହ ଭୋଜି ଭାତର ଆସର । ଗାଁରେ ଭୋଜି ହେଉଥିବା ବେଳେ ଅନେକ ଲୋକ ଭୋଜିରେ ସାମିଲ ହୋଇଥିଲେ । ଭୋଜି ଖାଇପିଇ ନିଜ ନିଜ ଘରକୁ ଫେରିଥିଲେ । ହେଲେ ଘରକୁ ଫେରିବା ଗାଁର ଜଣକ ପରେ ଜଣେ ଅସୁସ୍ଥ ହେବାକୁ ଲାଗିଲେ । ଗାଁରେ ପ୍ରଥମେ ଗୋଟିଏ ପରିବାରର ପ୍ରାୟ ୩ ଜଣ ଗୁରୁତର ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଓଡିଶା ମାଟରେ ଫଳୁଛି ମିଠା ମିଠା ଲାଲ୍ ଟହଟହ ଷ୍ଟ୍ରବେରୀ, ଆତ୍ମନିର୍ଭରଶୀଳ ହେଲେ ଆଦିମ ଜନଜାତି ମହିଳା

ଏହାପରେ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଟାପଡା ଗାଁରେ ଗତକାଲି ବିବାହ ଭୋଜି ଚାଲିଥିଲା । ଏହି ବିବାହ ଭୋଜିରେ ଗାଁର ଅନେକ ଲୋକ ସାମିଲ ହୋଇ ଭୋଜି ଖାଇ ନିଜ ନିଜ ଘରକୁ ଫେରିଥିଲେ । ହେଲେ ସେହି ଗାଁର ମୋହନ ରୋତିଙ୍କ ପରିବାର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ତାଙ୍କ ସ୍ତ୍ରୀ ଡାଲିମ୍ବ ରୋତି, ୧୨ ବର୍ଷୀୟ ଝିଅ କବିତା ରୋତି ୮ ବର୍ଷର ଝିଅ ସିନ୍ଧୁକା ରୋତି ସହ ୬ ବର୍ଷର ପୁଅ ଆୟୁଷ ରୋତି ଓ ୨ ବର୍ଷୀୟ ଝିଅ ଜୁଳି ରୋତିଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା ।

ଅଧିକ ପଢ଼ନ୍ତୁ: Delhi Liquor Scam: ଅଭିଯୁକ୍ତ ସୁକେଶର ବଡ ବୟାନ, କହିଲା ସିସୋଦିଆଙ୍କ ପରେ ଏବେ କେଜ୍ରିୱାଲଙ୍କ ପାଳି

ପରେ ତାଙ୍କ ପରିବାରର ଜଣକ ପରେ ଜଣେ ଅସୁସ୍ଥ ହେବା ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ଗାଁର ଅନ୍ୟମାନେ ମଧ୍ୟ ଗୁରୁତର ହୋଇଥିଲେ । ଗ୍ରାମବାସୀ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କୋକସରା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଭୋଜି ଖାଇବା ପରେ ସମସ୍ତଙ୍କୁ ଏକାସହ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଗାଁର ପ୍ରାୟ ୧୦ ଊର୍ଦ୍ଧ୍ବ ଲୋକଙ୍କୁ ବର୍ତ୍ତମାନ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଥିବା ଜଣାପଡିଛି ।

ତେବେ ଗାଁରେ ଭୋଜି ଖାଇବାରୁ ଏହି ଘଟଣା ଘଟିଥିବା ବେଳେ କେଉଁ କାରଣରୁ ଲୋକେ ଅସୁସ୍ଥ ହେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାକୁ ନେଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଘଟଣାକୁ ନେଇ ଅଞ୍ଚଳବାସୀ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.