ETV Bharat / state

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ଼ ସଫଳତା : ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ - ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା । ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ। ଅଧିକ ପଢ଼ନ୍ତୁ

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ଼ ସଫଳତା : ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ

author img

By

Published : Oct 19, 2022, 10:13 PM IST

ଭବାନୀପାଟଣା : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା । ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ । ତାମିଲନାଡୁ ହୋସୁରରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡରେ ନିଯୁକ୍ତି ପାଇଛନ୍ତି କଳାହାଣ୍ଡିର 220 ଯୁବତୀ । ସମସ୍ତଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ଼ ସଫଳତା : ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ

ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବେ କାମ କରିବେ । ଆଜି କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଯୁବତୀ ବିମାନରେ ଗଲେ ତାମିଲନାଡୁ। ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ପାଇଁ ୬ଟି ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: କାଲି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆଜି ସକାଳୁ ସମସ୍ତ ଯୁବତୀ ବସରେ ଭୁବେନେଶ୍ୱର ବାହାରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ସବୁଜ ପତାକା ଦେଖାଇ ଶୁଭ କାମନା ଜଣାଇଥିଲେ । ଅନେକ ଆଶା ଓ ସ୍ବପ୍ନ ନେଇ ତାମିଲନାଡୁ ଯାଉଥିବା ଯୁବତୀ ବେଶ ଉତ୍ସାହିତ ହୋଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ପହଞ୍ଚିଲା ନିୟମଗିରି ସୁରକ୍ଷା ସମିତିର ପଦଯାତ୍ରା

ଗାଁରେ ରହି ମୂଲ ଲାଗୁଥିବା ଏହି ଆଦିବାସୀ ଝିଅମାନେ ଆଜି ଏତେ ବଡ଼ ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ଆଧୁନିକତା ଯୁଗରେ ପାଦରେ ପାଦ ମିଶାଇ ଚାଲିବା ଏମାନଙ୍କ ପାଇଁ ଅସମ୍ଭବ ଥିଲା । ହେଲେ ଆଜି ସରକାର ତାଙ୍କୁ ଏକ ବଡ଼ ପଦବୀରେ ନିଯୁକ୍ତି ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.