ETV Bharat / state

ଦ୍ବିତୀୟ ଦିନରେ କଳାହାଣ୍ଡି ସଟଡାଉନ, ଖାଁ ଖାଁ ରାସ୍ତାଘାଟ

କଳାହାଣ୍ଡିରେ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତା ଦୁଇଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ...

କଳାହାଣ୍ଡିରେ ଦ୍ବିତୀୟ ଦିନରେ ସଟଡାଉନ
କଳାହାଣ୍ଡିରେ ଦ୍ବିତୀୟ ଦିନରେ ସଟଡାଉନ
author img

By

Published : Apr 18, 2021, 11:20 AM IST

ଭବାନୀପାଟଣା: କୋରୋନା ମହାମାରୀ ସଂକ୍ରମଣ ରୋକିବାରୁ ସାରା ରାଜ୍ୟରେ ବଳବତ୍ତର ହୋଇଛି କଟକଣା। ରାଜ୍ୟରେ ମଧ୍ୟ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତା ଦୁଇଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଯାହା ଗତକାଲି(ଶନିବାର)ଠାରୁ ଆରମ୍ଭ ବଳବତ୍ତର ରହିଛି।

କଳାହାଣ୍ଡିରେ ଦ୍ବିତୀୟ ଦିନରେ ସଟଡାଉନ

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦ୍ବିତୀୟ ଦିନରେ ଦେଖିବାକୁ ମିଳିଛି ସଟଡାଉନର ପ୍ରଭାବ । ଭବାନୀପାଟଣା ସହର ସମେତ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହାସହ ଗାଡି ଚାଳଚଳ ମଧ୍ୟ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ମହାମାରୀ କୋରୋାର ତୀବ୍ର ସଂକ୍ରମଣ ବୃଦ୍ଧି ଦେଖି ପଶ୍ଚିମ ଓଡିଶାର 10 ଜିଲ୍ଲାରେ ପ୍ରଥମେ କର୍ଫ୍ୟୁ ଜାରି କରାଯାଇଛି । ଏହାସହ ଓହି 10 ଜିଲ୍ଲାର ସହରାଞ୍ଚଳକୁ ସପ୍ତାହକୁ 2ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.