ETV Bharat / state

ଦାଦନ ଦୁଃଖ: ଭୋକିଲା ପେଟ ସାଙ୍ଗକୁ ପୋଡା ଘା'ର କଷ୍ଟ, ସହାୟତା ମାଗୁଛି ସଦାନନ୍ଦ

ଦଇବ ସାଜିଲା ବଇରୀ, ଦାଦନ ଖଟିବାକୁ ଯାଇ ପୋଡିଗଲେ ସଦାନନ୍ଦ । ସରକାରୀ ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ....

author img

By

Published : Jun 14, 2020, 10:13 AM IST

Sadananda, who went to work for Dadan, was burnt, demanding government help
ଦାଦନ ଖଟିବାକୁ ଯାଇ ପୋଡିଗଲେ ସଦାନନ୍ଦ, ସରକାରୀ ସହାୟତା ପାଇଁ ଦାବି

ଭବାନୀପାଟଣା : ଦଇବ ସାଜିଲା ବଇରୀ । କଳାହାଣ୍ଡିର ସଦାନନ୍ଦ ପେଟକୁ ଦି ମୁଠା ଦାନା ଓ ଝିଅ ବାହାଘର ପାଇଁ ପୁରା ପରିବାର ସହ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଇଟାଭାଟିରେ କାର୍ଯ୍ୟ କରି ଭଲ ଦି ପଇସା ମଧ୍ୟ ରୋଜଗାର କରୁଥିଲେ । ହେଲେ ଦଇବ ବୋଧେ ସଦାନନ୍ଦଙ୍କ ସୁଖକୁ ସହିପାରିଲାନି । କାମ କରୁଥିବା ସମୟରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ସେ । ଗୋଟିଏ ପଟେ ଲକଡାଉନ, ଅନ୍ୟପଟେ ତାଙ୍କ ଚିକିତ୍ସାର ଆବଶ୍ୟକ ଥିବାବେଳେ ଗତ କିଛିଦିନ ତଳେ ସେ ନିଜଗାଁ ଗୋତମୁଣ୍ଡାକୁ ଫେରିଛନ୍ତି ।

ପ୍ରବାସୀ ହେତୁ ପରିବାର ହୋମ କ୍ବାରେଣ୍ଟାଇନରେ ଥିବାବେଳେ କୋରୋନା ସଂକ୍ରମଣ ଭୟ ନେଇ ଗାଁ ଲୋକ ବି ପାଖ ମାଡୁନାହାଁନ୍ତି । ଏମିତିରେ ସଦାନନ୍ଦଙ୍କ ପୋଡା ଘା' ଶୁଖୁ ନଥିବାବେଳେ ସ୍ବାମୀର ଯନ୍ତ୍ରଣାକୁ ସ୍ତ୍ରୀ ଦେଖିପାରୁନାହିଁ । ଲୁହରେ ତା ଆଖି ଛଳଛଳ ହୋଇଯାଉଛି । ପାଖରେ ସମ୍ବଳ ନାହିଁ କି ସାହା ହେବାକୁ କେହି ନାହିଁ। ଗୋଟେ ପଟେ ଭୋକିଲା ପେଟର କଷ୍ଟ ଅନ୍ୟ ପଟେ ସଦାନନ୍ଦଙ୍କ ଯନ୍ତ୍ରଣାକୁ ଦେଖିଲେ ମନେ ହୁଏ ଦାଦନ ଦୁଃଖର ଏକ ଅଭିଶପ୍ତ ଜୀବନ। ତେବେ କଳାହାଣ୍ତିରେ ଦାଦନ ଯନ୍ତ୍ରଣା ଦିନକୁ ଦିନ ବଢିବାରେ ଲାଗିଛି ।

କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.