ଭବାନୀପାଟଣା: ଖରାର ପାରଦ ବଢିବା ସାଙ୍ଗକୁ ଅତିଷ୍ଠ ହେଉଛି ଜଳକଷ୍ଟ । ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି କୋକସରା ବଡପଡା ବାସିନ୍ଦା । କୋକସରା ପଞ୍ଚୟତ ସଦର କୋକସରା ୬ ନମ୍ବର ୱାର୍ଡରେ ଲାଗି ରହିଛି ଜଳକଷ୍ଟ । ବାରମ୍ବାର ପଞ୍ଚୟତକୁ ଅଭିଯୋଗ କଲେ ମଧ୍ୟ ଫଳ ଶୁନ ।
ଆଜି(ମଙ୍ଗଳବାର) ଏହାର ପ୍ରତିବାଦ କରି ମହିଳାମାନେ ଏକ ଦାବିପତ୍ର ବ୍ଲକ କାର୍ଯ୍ୟାଳୟରେ ଦେବାପରେ କୌଣସି ପ୍ରତିଶୃତି ନ ମିଳିବାରୁ କୋକସରା ବଡପଡା ଠାରେ ଜାତୀୟ ରାଜପଥ ୨୬ ରେ ଗରା ବାଲ୍ଟି ରଖି ଏକ ଘଣ୍ଟା ଧରି ଅବରୋଧ କରିଥିଲେ ।
ଖବର ପାଇ କୋକସରା ପୋଲିସ ପହଞ୍ଚି ମହିଳାଙ୍କ ସହ ଆଲୋଚନା କରି ସରପଞ୍ଚଙ୍କ ସହ କଥାବାର୍ତ୍ତା ହୋଇ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବା ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା । ରାସ୍ତା ଅବରୋଧ ଫଳରେ ଏକ ଘଣ୍ଟା ଧରି ରାସ୍ତାର ଦୁଇ କଡ଼ରେ ଯାନବାହାନ ଅଟକି ରହିଥିଲା ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ