ଭବାନୀପାଟଣା: ଗ୍ରୀଷ୍ମ ଋତୁ ଆରମ୍ଭରୁ ଗ୍ରାମାଞ୍ଚଳରେ ଉତ୍କଟ ହେଉଛି ପାଣି ସମସ୍ୟା l ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡାଠା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଗ୍ରାମବାସୀମାନେ ଗୋଲାମୁଣ୍ଡା ବୋଙ୍ଗୋ ମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି । ଯାହାଦ୍ବାରା ଏଠାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ଗାଁରେ ଥିବା ସୌର ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପରୁ ବାହାରୁଥିବା ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଲୋକେ ବିଭିନ୍ନ ସମୟରେ କିଡଡୀ ଜନିତ ରୋଗରେ ଆକ୍ରାନ୍ତା ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ