ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅର୍ନ୍ତଗତ ବେହେରା ଧର୍ମଗଡ ମୁଖ୍ୟ ରାସ୍ତା ଖୁଟୁଲୁଗୁଡା ଛକରେ ଦୁର୍ଘଟଣା । ୧୦୮ ଆମ୍ବୁଲାନ୍ସ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି । ଧର୍ମଗଡ ଥାନା ଅର୍ନ୍ତଗତ କୁଟୁରୁ ଗାଁର ଜଣେ ଯୁବକ ନିଜ ସ୍କୁଟିରେ ବେହେରା ପଟେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ଖୁଟୁଲୁଗୁଡା ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ।
ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିବା ସହ ଧର୍ମଗଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି । ଏହାସହ ଆମ୍ବୁଲାନ୍ସ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ