ETV Bharat / state

ସରକାରୀ କାଗଜପତ୍ରରୁ ହଜିଯାଇଛି ପଞ୍ଜିକରଣ ତାଲିକା, ଚାଷୀ ବିକି ପାରୁନି ଧାନ

ଖରା, ବର୍ଷା ଓ ରୋଗପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ମୁଣ୍ଡରେ ଏବେ ପୁଣି ଚଡକ । ଦେଖିନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ...

author img

By

Published : Feb 15, 2020, 9:22 PM IST

rice mandi problem in kalahandi
ସରକାରୀ କାଗଜପତ୍ରରୁ ହଜିଯାଉଛି ପଞ୍ଜିକରଣ

କଳାହାଣ୍ଡି: ଖରା, ବର୍ଷା ଓ ରୋଗପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ମୁଣ୍ଡରେ ଏବେ ପୁଣି ଚଡକ । କାରଣ କେଉଁଠି ଶୀତ କାକରରେ ମଣ୍ଡିରେ ଧାନ ପଡିରହିଉଛି ତ ଆଉ କେଉଁଠି ଚାଷୀଙ୍କୁ ଟୋକନ ଦେଇ ମିଲର୍ସର ଦେଖାନାହିଁ । କେବଳ ସେତିକି ନୁହେଁ କିଛି ମଣ୍ଡିରେ ମିଲର୍ସମାନେ ଧାନ କ୍ବିଣ୍ଟାଲ ପିଛା ୮ ରୁ ୯ କେଜି କମ୍ କରି ଧାନ କିଣୁଥିବା ଅଭିଯୋଗ ହୋଇଛି । ଦେଖିବା ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ସରକାରୀ କାଗଜପତ୍ରରୁ ହଜିଯାଉଛି ପଞ୍ଜିକରଣ

ଏ ହେଉଛି ଜୁନାଗଡ ବ୍ଲକ ଜାରିଙ୍ଗ ଓ ଦାସିଗାଁ ଧାନ ମଣ୍ଡିର ଦୃଶ୍ୟ । ଏମିତିକି ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଧାନ ପଡିରହି ଗଜା ହେବାକୁ ବସିଲାଣି । ଟୋକନ ଖଣ୍ଡେ ଖଣ୍ଡେ ଚାଷୀଙ୍କ ହାତରେ ଥିବା ବେଳେ ବିକ୍ରିକୁ ନେଇ ସମସ୍ୟା ଉପୁଜୁଛି । ଅନ୍ୟପକ୍ଷେ ପଞ୍ଜିକୃତ ହୋଇଥିବା କାଗଜପତ୍ର ଡିଲିଟ ହୋଇଯାଉଥିବା ଅଭିଯୋଗ ହୋଇଛି ।

ଚାଷୀ ଅମଳ ଧାନକୁ ମଣ୍ଡି ଓ ଖଳାରେ ଜଗି ରହିଛି । କିଛି ଚାଷୀ ଏପରି ସ୍ଥିତି ଦେଖି ଦଲାଲକୁ କମ ଦରରେ ମଧ୍ୟ ଧାନ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହା ଯୋଗାଣ ବିଭାଗର ପାରିବାପଣିଆ ଉପରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ । ଗୋଟେପଟେ ଚାଷୀ ବ୍ୟାଙ୍କ ଓ ଋଣ କରଜ କରି ଚାଷୀ ଚାଷ କରିଥିବା ବେଳେ ଆମ ବ୍ୟବସ୍ଥା ଚାଷୀର ମେରୁଦଣ୍ଡକୁ ସଳଖିବାରେ ସତେ ଯେମିତି ବିଫଳ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.