ETV Bharat / state

ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବନ୍ଦ ଡାକରା

author img

By

Published : Dec 6, 2021, 10:34 PM IST

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ନେଇ ଆଜି (ସୋମବାର) ମଦନପୁର ରାମପୁରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବନ୍ଦ ଡାକରା
ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବନ୍ଦ ଡାକରା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ନେଇ ଆଜି (ସୋମବାର) ମଦନପୁର ରାମପୁରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିଛି । ମଦନପୁର ରାମପୁର ସମେତ କର୍ଲାମୁଣ୍ଡା, ନର୍ଲା ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏକ ମାସ ଧରି ରାମପୁର ତହସିଲ ଅଫିସ ନିକଟରେ ଅନଶନ କରିଥିଲେ ମିଳିତ କ୍ରିୟାନୁଷ୍ଠାନ କମିଟି ।

ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବନ୍ଦ ଡାକରା

ସମସ୍ତ ଦୃଷ୍ଟିକୋଣରୁ ମଦନପୁର ରାମପୁରରେ ରାଜସ୍ୱ ଉପଖଣ୍ଡ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ହେଲା ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଜନସାଧାରଣ ଦାବି କରିଆସୁଛନ୍ତି । କିନ୍ତୁ, ଅଞ୍ଚଳବାସୀଙ୍କୁ କେବେ ଆଶା ପୂରଣ ହେବ ସେନେଇ ସନ୍ଦିହାନ ରହିଛନ୍ତି । ଆବଶ୍ୟକତା ଦୃଷ୍ଟିରୁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ସବଡିଭିଜନ ଘୋଷଣା କରିସାରିଥିବା ବେଳେ ମଦନପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେବାକୁ ଦାବି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.