ETV Bharat / state

+2 ନାମଲେଖାରେ OBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଦାବି - ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଅନୁସୂଚିତ ମିଳିତ ମହାମଞ୍ଚ

ଓବିସି ଛାତ୍ରଛାତ୍ରୀଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦାବିରେ ଓବିସି, ଏସ୍‌ଟି, ଏସ୍‌ସି କରିଲା ମିଳିତ ମହାମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ଅଧିକ ପଢନ୍ତୁ

reservation demand for obc student in higher education admission
ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
author img

By

Published : Jul 15, 2022, 2:34 PM IST

ଭବାନୀପାଟଣା: ଓବିସି ଛାତ୍ରଛାତ୍ରୀଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଲା ଓବିସି, ଏସ୍‌ଟି, ଏସ୍‌ସି ମିଳିତ ମହାମଞ୍ଚ । ଏନେଇ ଆଜି(ଶୁକ୍ରବାର) ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୫%ରୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ହେଲେ ସେହି ଅନୁସାରେ କଲେଜ ମାନଙ୍କରେ ସିଟ୍‌ ନାହିଁ । ଏଥିସହ କଟ୍‌ଅଫ୍‌ ମାର୍କ ମଧ୍ୟ ଅଧିକ ଯିବ ।

ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନାମ ଲେଖାରେ OBC ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ କଲେଜମାନଙ୍କରେ ସ୍ଥାନ ପାଇବାରୁ ଏହି ବର୍ଗର ବହୁତ ଛାତ୍ରଛାତ୍ରୀ ବଞ୍ଚିତ ହେବେ । ଏଣୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଯଥାଶୀଘ୍ର ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଜନସାଧାରଣ, ଅଭିଭାବକ ଓ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମିଳିତ ମହାମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.