ETV Bharat / state

ରାଜ୍ୟ ବାହାରେ ଫସିଛନ୍ତି ଦାଦନ ଶ୍ରମିକ, ଚାହିଁ ବସିଛନ୍ତି ଆତ୍ମୀୟ ସ୍ବଜନ - kalahandi news

କୋରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ହଠାତ ଘୋଷଣା ହେଲା 21 ଦିନିଆ ଲକ୍‌ଡାଉନ୍‌ । ବନ୍ଦ ହେଲା ଚକ ଅଖ ଦୋକାନ ବଜାର । ଆଉ ହନ୍ତସନ୍ତ ହେଲେ ଦାଦନ ଶ୍ରମିକ । ଭିଡିଓ କରି ଉଦ୍ଧାର କରିବା ପାଇଁ କରୁଛନ୍ତି ନିବେଦନ । ଏପଟେ ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଆତ୍ମୀୟ ସ୍ବଜନ ।

lockdown
ରାଜ୍ୟ ବାହାରେ ଫସିଛନ୍ତି ଦାଦନ ଶ୍ରମିକ, ଚାହିଁ ବସିଛନ୍ତି ଆତ୍ମୀୟ ସ୍ବଜନ
author img

By

Published : Apr 7, 2020, 8:56 PM IST

Updated : Apr 7, 2020, 9:34 PM IST

ଭବାନୀପାଟଣା: ଲକ୍‌ଡାଉନ୍‌ ଯୋଗୁଁ ହନ୍ତସନ୍ତ ଦାଦନ ଶ୍ରମିକ । କୋରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ହଠାତ ଘୋଷଣା ହେଲା 21 ଦିନିଆ ଲକ୍‌ଡାଉନ୍‌ । ବନ୍ଦ ହେଲା ଚକ ଅଖ ଦୋକାନ ବଜାର । ବାଦ ଦିଆଯାଇଛି ଜରୁରୀକାଳିନ ସେବା । ହେଲେ ଏସବୁ ଭିତରେ ପେଟ ପାଇଁ ଦାନା ଯୋଗାଡ ଆଶାରେ ନିଜ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିବା ମଣିଷ କିଛି ବୁଝିବା ଆଗରୁ ସତେ ଯେମିତି ଗୃହବନ୍ଦୀ । ତେବେ ଲକଡାଉନ ସମୟରେ କେମିତି ଅଛନ୍ତି ଦାଦନ ଓ ତାଙ୍କ ପରିବାର ଦେଖିବା ରିପୋର୍ଟ ।

ରାଜ୍ୟ ବାହାରେ ଫସିଛନ୍ତି ଦାଦନ ଶ୍ରମିକ, ଚାହିଁ ବସିଛନ୍ତି ଆତ୍ମୀୟ ସ୍ବଜନ

କୋରୋନା ଲାଗି ଲକ୍‌ଡାଉନ୍‌ ପରେ ରାଜ୍ୟ ବାହାରେ ଫସି ରହିଥିବା ଅନେକ ଦାଦନ ଶ୍ରମିକ ନିଜ ଭିଟାମାଟିକୁ ଫେରିବା ଲାଗି ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି । ଲକଡାଉନ ଘୋଷଣା ପରେ କାମଧନ୍ଦା ବନ୍ଦ ହୋଇଥିବାବେଳେ ପେଟକୁ ଦାନା ମିଳୁନି । ଫଳରେ ଦି ପଇସା ରୋଜଗାର ଆଶାରେ ଗାଁ ଛାଡି ଯାଇଥିବା ଶ୍ରମିକ ମାନେ ଏବେ ସରକାରଙ୍କ ସହାୟତା ମାଗିଛନ୍ତି ।

ଏପଟେ ପରିବାର ପରିଜନଙ୍କ ଦୁଃଖଭରା ଭିଡିଓ ପାଇବା ପରେ କଳାହାଣ୍ଡିରେ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସମ୍ପର୍କୀୟ । ଯୋଗାଯୋଗ ହୋଇପାରୁନଥିବାରୁ ଗାଁ ମୁଣ୍ଡରେ ନିଜ ଭେଣ୍ଡିଆ ପୁଅର ଫେରିବା ବାଟକୁ ଚାହିଁ ରହିଛି ମା’ । ସେହିପରି କିଛି ସମ୍ପର୍କୀୟ, ନିଜ ପରିଜନଙ୍କ ସହ ଫୋନରେ କଥା ହୋଇ ଟିକିଏ ଆଶ୍ବସ୍ତି ପାଉଛନ୍ତି । ଆଉ ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ନିକଟରେ ନିବେଦନ କରୁଛନ୍ତି ।

ଲକଡାଉନ ଘୋଷଣା ପରେ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ଲକ୍ଷ ପଞ୍ଜୀକୃତ ଦାଦନ ନିଜ ଘରକୁ ଫେରିଥିବା ସରକାର କହୁଥିବାବେଳେ 1 ଲକ୍ଷ 85 ହଜାର ଦାଦନ ଏବେବି ବାହାର ରାଜ୍ୟରେ ଅଛନ୍ତି । ସେହିପରି ପଞ୍ଜିକରଣ ହୋଇନଥିବା ଅନେକ ଦାଦନ ଏବେବି ରାଜ୍ୟ ବାହାରେ ଦିନ କାଟୁଛନ୍ତି । ତେବେ ଆଗରୁ ସୂଚନା ନଦେଇ ହଠାତ୍‌ ଲକ୍‌ଡାଉନ୍‌ ଘୋଷଣା କରିବା ଦାଦନ ଶ୍ରମିକଙ୍କ ପାଇଁ କାଳ ସାଜିଛି ବୋଲି ମାନବାଧିକାର କର୍ମୀ ମତ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Last Updated : Apr 7, 2020, 9:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.