ଭବାନୀପାଟଣା: ଦୁଷ୍କର୍ମ ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । କୋର୍ଟର ଆଦେଶ ପରେ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଯାଇଛି । ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ କରମେଲୀ ଗାଁର ଜନୈକା ଯୁବତୀ ଜଣକ 2010 ଜାନୁଆରୀ 14 ତାରିଖରେନିଜ ଘରଠାରୁ ୧କିମି ଦୂରରେ ଥିବା ନିଜ କ୍ଷେତକୁ ପନିପରିବା ତୋଳିବାକୁ ଯାଇଥିଲେ । ସେହି ସମୟରେ ସେହି ଗାଁର ବୈଷ୍ଣବ ମାଝୀ ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା ।
ଏନେଇ ପରିବାର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୈଷ୍ଣବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ଶୁଣାଣି କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଅଭିଯୁକ୍ତକୁ 10 ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ୧ ବର୍ଷ ଅଧିକ ସଶ୍ରମ ଦଣ୍ଡାଦେଶ ନିର୍ଦେଶ ଦେଇଛନ୍ତି ।