ଭବାନୀପାଟଣା: ରାକ୍ଷୀ ବଜାରରେ କରୋନା ମାଡର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବନ୍ଦ ସହ ବେପାର ଏକ ପ୍ରକାର ସଟଡାଉନ ହୋଇଯାଇଛି । କିନ୍ତୁ, ପରମ୍ପରା ରକ୍ଷା ସହ ପର୍ବ ପାଳନ ହେବ। ଏଥିପାଇଁ ଚଳିତ ବର୍ଷ ବି କଟକଣାକୁ ନଜରରେ ରଖି ବଜାରରେ ମେଲିଛି ରାକ୍ଷୀର ପସରା।
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସମେତ ବିଭିନ୍ନ ସହର ବଜାରରେ ଭଳିକି ଭଳି ରାକ୍ଷୀ ସଜା ହୋଇ ରହିଛି, ହେଲେ କରୋନା ଭୟକୁ ନେଇ ପୂର୍ବପରି ଆଉ ଗ୍ରାହକଙ୍କ ଦେଖାନାହିଁ। ବେପାର କରିବାକୁ ବ୍ୟବସାୟୀ ପ୍ରସ୍ତୁତ କିନ୍ତୁ, ସତେ ଯେମିତି ଏଇ ନିଆରା ସମ୍ପର୍କର ପରମ୍ପରାରେ କରୋନାର କଳାଛିଟା ବେଡି ପକାଇ ଦେଇଛି। ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଦୋକାନ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଏଥର କିନ୍ତୁ, କରୋନା କଟକଣାରେ ପାଳନ ହେବ ରାକ୍ଷୀ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ