ETV Bharat / state

ଦୁଇ ଘଣ୍ଟା ବର୍ଷାରେ ବେହାଲ କଳାହାଣ୍ଡି: ଭାଙ୍ଗିଲା ଘର, ଉପୁଡିଲା ଗଛ - ବର୍ଷାରେ ବେହାଲ କଳାହାଣ୍ଡି

ଦୁଇ ଘଣ୍ଟାର ବର୍ଷାରେ ବେହାଲ କଳାହାଣ୍ଡି ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ରାସ୍ତା ଉପରେ ଉପୁଡି ପଡିଛି ବିଶାଳ ଗଛ । ଅଧିକ ପଢନ୍ତୁ

ସ୍ଵଳ୍ପ ବର୍ଷାରେ ବେହାଲ କଳାହାଣ୍ଡି
ସ୍ଵଳ୍ପ ବର୍ଷାରେ ବେହାଲ କଳାହାଣ୍ଡି
author img

By

Published : Jun 16, 2022, 7:17 PM IST

ଭବାନୀପାଟଣା: ଆଜି ଓଡିଶା ଛୁଇଁଛି ମୌସୁମୀ । ଏହାର ପ୍ରଭାବ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଦୁଇ ଘଣ୍ଟା ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଛି କଳାହାଣ୍ଡି ଜିଲ୍ଲା । ଘର ଭାଙ୍ଗିବା ସହ ବିରାଟକାୟ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି ।

ସ୍ଵଳ୍ପ ବର୍ଷାରେ ବେହାଲ କଳାହାଣ୍ଡି

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଦୁଇ ଘଣ୍ଟା ଧରି ବର୍ଷା ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷା ଯୋଗୁଁ ଭବାନୀପାଟଣା ସହରର ୯ ନମ୍ବର ୱାର୍ଡରେ ରାସ୍ତା ଉପରେ ଦୁଇଫୁଟ ପାଣି ପ୍ରବାହିତ ହେବା ସହ ଡ୍ରେନେଜ ପାଣି ଲୋକଙ୍କ ଘରେ ପଶିଯାଇଛି ।

ସେପଟେ ଜିଲ୍ଲାର ମଦନପୁର ରାମପୁରରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ମଦନପୁର ରାମପୁର ଅନ୍ତର୍ଗତ ଡୁଡୁକାରଞ୍ଜା ଗାଁର ଅନେକ ଲୋକଙ୍କ ଘର ଛାତ ଉଡିଯିବା ସହ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ସେପଟେ ମଦନପୁର ରାମପୁରରୁ ଡୁଡୁକାରଞ୍ଜା ଗାଁକୁ ସଂଯୋଗ କରିଥିବା ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଅନେକ ଗଛ ଉପୁଡି ପଡିବା ସହ ଅନେକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି ।

ଫଳରେ, ଏହି ଗାଁକୁ ବିଦ୍ୟୁତ ସଂଯୋଗ ବନ୍ଦ ରହିଥିବା ବେଳେ ଗାଁରେ ଓଡ୍ରାଫ ଟିମ ପହଞ୍ଚି ଗଛକଟା କାର୍ଯ୍ୟ ଜାରି ରଖିଥିବା ବେଳେ ଗାଁରେ ବ୍ଲକ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସରକାରୀ ସହାୟତା ଯୋଗାଇ ଦିଆଇବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.