ETV Bharat / state

ଭୁଶୁଡ଼ିଲା ବ୍ରିଟିଶ ଅମଳ ବ୍ରିଜ, ପୂର୍ତ୍ତ ବିଭାଗ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ଭବାନୀପାଟଣା ସହର ନିକଟରେ ଥିବା ବଡ଼ଜୋର ପୋଲ ଭୁଶୁଡ଼ିବା ପରେ ବିକାଶର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଅଘଟଣରେ ନିଶ୍ଚିତ ମୃତ୍ୟୁ ମୁଖରୁ ଦୁଇଟି ପରିବାରର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Oct 31, 2022, 9:37 PM IST

ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ, ପୂର୍ତ୍ତ ବିଭାଗ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ଭବାନୀପାଟଣା: ଲୋକଙ୍କ ଯାତାୟାତ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ବିଭିନ୍ନ ସ୍ଥାନରେ ନଦୀ ଓ ନାଳ ଉପରେ ପୋଲ ନିର୍ମାଣ କରି ବିକାଶର ନାଁ ଦିଆଯାଉଛି । ତେବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟରେ ଥିବା ବଡ଼ଜୋର ପୋଲ ଭୁଶୁଡ଼ିବା ପରେ ବିକାଶର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ସହରଠାରୁ ମାତ୍ର ୪ କିମି ଦୂରରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବ୍ରିଟିଶ ଅମଳର ବ୍ରିଜ କିଭଳି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନଜରକୁ ଆସିଲା ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁଶୁଡ଼ିଲା ବ୍ରିଟିଶ ଅମଳ ବ୍ରିଜ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ଥିବା ଅଟାଙ୍ଗଗୁଡା ଗାଁ ନିକଟରେ ବଡ଼ଜୋର ନାଳ ରହିଛି । ଏହା ଉପରେ ଦେଶ ସ୍ବାଧୀନ ହେବା ପୂର୍ବରୁ ନିର୍ମାଣ ହୋଇଥିବା ବ୍ରିଜ ଦୀର୍ଘ ଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ରହିବା ପରେ ରବିବାର ଭୁଶୁଡ଼ି ପଡ଼ିଛି । ଯାହାକି ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ କାଳ ସାଜିଛି । ଦୀର୍ଘ ଦିନରୁ ଏହି ନାଳରେ ଥିବା ବ୍ରିଜ ଉପରେ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଥିଲେ । ତେବେ ନୂତନ ବ୍ରିଜ ନିର୍ମାଣ ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଯାହାର ପରିଣତି ଏବେ ଦେଖିବାକୁ ମିଳିଛି ।

ଅଳ୍ପକେ ବର୍ତ୍ତିଲା ଦୁଇ ପରିବାରର ଜୀବନ

ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ଥିବା ପର୍ଯ୍ୟଟନସ୍ଥଳୀ ଫୁର୍ଲି ଝରଣକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ରବିବାର ଥିବାରୁ ନବରଙ୍ଗପୁର ଅଞ୍ଚଳର କିଛି ଲୋକ ପରିବାର ସହିତ ଛୁଟି ମନେଇବା ପାଇଁ ଫୁର୍ଲି ଝରଣକୁ ଯାଉଥିବା ସମୟରେ ଅଟାଙ୍ଗଗୁଡା ଠାରେ ଥିବା ବଡ଼ଜୋର ବ୍ରିଜ ଭୁଶୁଡି ଯାଇଥିଲା । ଫଳରେ ଦୁଇଟି କାର ବ୍ରିଜ ତଳକୁ ଖସି ପଡ଼ିଥିଲା । ତେବେ ଏଭଳି ପରିସ୍ଥିତିରେ ନିଶ୍ଚିତ ମୃତ୍ୟୁ ମୁଖରୁ ୨ ପରିବାର ବଞ୍ଚି ଯାଇଥିଲେ । ତଥାପି ମଧ୍ୟ ଏହି ଘଟଣାର ୪ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅଚାନକ ଗଳିପଡିଲା ବ୍ରିଜ, ତଳକୁ ଖସି ପଡ଼ିଲା କାର

ଚୋର ଗଲା ପରେ ନିଦ ଭାଙ୍ଗିଲା !

ଭବାନୀପାଟଣା ସହରଠାରୁ ମାତ୍ର ୪ କିମି ଦୂରରେ ରହିଥିବା ଏହି ବିପଦସଙ୍କୁଳ ପୋଲକୁ ମରାମତି ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଏନେଇ ପୂର୍ତ୍ତ ବିଭାଗ ପୂର୍ବରୁ ବ୍ରିଜ ନିକଟରେ ସର୍ଭେ ମଧ୍ୟ କରିଥିଲେ । କିନ୍ତୁ ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ରବିବାର ହଠାତ ପୋଲଟି ଭୁଶୁଡିବା ପରେ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ, ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

'ବ୍ରିଜର ସ୍ଥିତି ଠିକ ଥିଲା'

ଏନେଇ ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ଏହି ବ୍ରିଜ ପ୍ରାୟ ୧୯୨୫ରୁ ୧୯୨୯ ମସିହା ମଧ୍ୟରେ ନିର୍ମାଣ ହୋଇଥିଲା । ଇଟାରେ ଏହାର ପିଲାର ପ୍ରସ୍ତୁତ ହୋଇଥିଲା । ପୂର୍ବରୁ ଥରେ ଏହାର ମରାମତି ମଧ୍ୟ ହୋଇଥିଲା । ଏନେଇ ସର୍ଭେ କରାଯାଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଏହାର ନିର୍ମାଣ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା ।" କିନ୍ତୁ ଏହାର ସ୍ଥିତି ଠିକ ଥିବା କାରଣରୁ ଏହି ବ୍ରିଜ ନିର୍ମାଣ କରାଯାଇ ନଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ବ୍ରିଜର ସ୍ଥିତି ଓ ଭବିଷ୍ୟତକୁ ନେଇ ସର୍ଭେ କରାଯାଇଥିଲା, ତେବେ କାହିଁକି ଏଠାରେ ନୂତନ ବ୍ରିଜ ନିର୍ମାଣ କରାଗଲା ନାହିଁ ? ବ୍ରିଜ ଭୁଶୁଡ଼ିବା ପର୍ଯ୍ୟନ୍ତ କାହାକୁ ଅପେକ୍ଷା କରିଥିଲା ପ୍ରଶାସନ ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.