କଳାହାଣ୍ଡି: ମଦନପୁର ରାମପୁର ଥାନା ଲୁବେନଗଡ଼ ଅଞ୍ଚଳର ସମାଜସେବୀ ସୀମାରା ନାଏକଙ୍କୁ ମାଓବାଦୀ ଘଟଣାରେ ଗିରଫ କରାଯାଇଛି । ହେଲେ ତାଙ୍କୁ ମିଥ୍ୟାଷଡଯନ୍ତ୍ର କରି ମାଓବାଦୀଙ୍କ ସହ ସମ୍ପୃକ୍ତି ଥିବା ଦର୍ଶାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦରେ ଆଜି ଅଞ୍ଚଳବାସୀ ଏକ ପ୍ରତିବାଦ ସଭା କରିଥିଲେ । ଏହି ପ୍ରତିବାଦ ସଭାରେ ସ୍ଥାନୀୟ ଲୁବେନଗଡ଼ ଦେଡ଼ସୁଲି ଏବଂ ଉର୍ଲ୍ଲାଦାନୀ ଅଞ୍ଚଳର ଶତାଧିକ ପୁରୁଷ, ମହିଳା ସହ ଆବାଳ ବୃଦ୍ଧବନିତା ଯୋଗ ଦେଇଥିଲେ।
ସୀମାରାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଆଦିବାସୀଙ୍କ ଉପରେ ପୋଲିସ ଜୁଲମ ବନ୍ଦ କରିବା ପାଇଁ ସଭାରେ ଦାବି ଉପସ୍ଥାପନ ହୋଇଥିଲା।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ