ETV Bharat / state

ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରକୁ ରାଜସ୍ବ ସବ ଡିଭିଜନ ମାନ୍ୟତା ଦାବି ଜୋର ଧରିଛି । ଉଦ୍ଦେଶିତ ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା । ଅଧିକ ପଢନ୍ତୁ...

author img

By

Published : Nov 10, 2021, 10:43 PM IST

ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି
ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରକୁ ରାଜସ୍ବ ସବ ଡିଭିଜନ ମାନ୍ୟତା ଦାବି ଜୋର ଧରିଛି । ଉଦ୍ଦେଶିତ ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣ ଧାରଣା । ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଭବାନୀପାଟଣା ସହରରେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଛନ୍ତି ।

ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି

ସରକାରଙ୍କ ସମସ୍ତ ଗାଇଡ଼ଲାଇ ଅନୁଯାୟୀ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଓ ସମସ୍ତ ସରକାରୀ ମାର୍ଗଦର୍ଶିକା ପୂରଣ ହେଉଥିବା ବେଳେ ଯଥାଶୀଘ୍ର ସରକାର ମଦନପୁର ରାମପୁରକୁ ରାଜସ୍ୱ ସବଡିଭିଜନ ମାନ୍ୟ ଦାବି ହୋଇଛି । ତେବେ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଅନୁଷ୍ଠିତ ବିକ୍ଷୋଭ ସଭାରେ ନର୍ଲା, ମଦନପୁର ରାମପୁର, କର୍ଲାମୁଣ୍ଡା ଅଞ୍ଚଳର ଜନ ପ୍ରତିନିଧି ସାମିଲ ହୋଇଥିଲେ। ଯଥାଶୀଘ୍ର ରାଜ୍ୟ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଗଠନ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.