କଳାହାଣ୍ଡି: ଖରିଫ ଧାନ କିଣା ପ୍ରକ୍ରିୟା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ନଭେମ୍ବର ୧ ରୁ ଜିଲ୍ଲାରେ ଖରିଫ ୠତୁ ପାଇଁ ଧାନ ସଂଗ୍ରହ ଆରମ୍ଭ ହେବାକୁ ଥିବା ବେଳେ ୧୬୧ ଟି ମଣ୍ଡି ଖୋଲା ଯାଇ ଧାନ ସଂଗ୍ରହ କରାଯିବ ବୋଲି ଖସଡ଼ା ପ୍ରସ୍ତୁତ ହୋଇଛି ।
ଏହି ଖରିଫ ଋତୁରେ ଜିଲ୍ଲାର ୯୬ ଲକ୍ଷ କୁଇଣ୍ଟାଲ ଧାନ ଉତ୍ପାଦନ ଲକ୍ଷ ଥିବା ବେଳେ ଚଳିତ ବର୍ଷ ଧାନର (ଏଫଏକ୍ୟୁ) ମାନର ୧୮୫୧ ଟଙ୍କା ଧାର୍ଯ୍ୟ କରାଯାଇଛି । ଚାଷୀଙ୍କୁ ଧାନର ମୂଲ୍ୟ ୪୮ ଘଣ୍ଟା ମଧ୍ୟରେ ପଠାଯିବା ସହ କେମିତି ସେମାନେ ଅଭାବି ବିକ୍ରିର ଶିକାର ନହେବେ ସେଥି ପ୍ରତି ଦୃଷ୍ଟି ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ