ETV Bharat / state

ଜନନୀ ଯନ୍ତ୍ରଣା: ଷ୍ଟ୍ରେଚରରେ 12 କିମି ବୁହାହେଲେ ଗର୍ଭବତୀ

କଳାହାଣ୍ଡିର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଓ ସରକାରୀ ସଚେନତାର ନଗ୍ନ ନମୁନା ଦେଖିବାକୁ ମିଳିଛି । ଜଙ୍ଗଲୀ ରାସ୍ତା ଦେଇ ନାଳ ପାର କରି ଗର୍ଭବତୀଙ୍କୁ 12 କିମି ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ପହଞ୍ଚାଇଲେ ଗ୍ରାମବାସୀ ।

author img

By

Published : Aug 22, 2019, 11:32 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଉପାନ୍ତ ଅଞ୍ଚଳରେ ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ରାସ୍ତା ନଥିବାରୁ ଜଙ୍ଗଲୀ ରାସ୍ତା ଦେଇ ନାଳ ପାର କରି ଗର୍ଭବତୀଙ୍କୁ 12 କିଲୋମିଟର ବୁହାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତର ନେହେଲା ଗ୍ରାମରେ ।

ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳମାନଙ୍କରେ ଆଜିବି ସରକାର ବ୍ୟବସ୍ଥା ଠାରୁ ବହୁ ଦୂରରେ ରହିଛି । ଗର୍ଭବତୀଙ୍କ ଖଟିଆ କିମ୍ବା ଷ୍ଟ୍ରେଚରେ ବୁହାହେବା ଏବେ ନିତିଦିନିଆ ସମସ୍ୟା ପାଲଟିଛି । ପ୍ରଶାସନକୁ ଆଜିବି ପଡୁନି ଫରକ । ସୂଚନା ଅନୁସାରେ ଗତ 20 ତାରିଖରେ ନେହେଲାର ସାଇବନି ଗୌଡ଼ (23) ଙ୍କୁ ଜନନୀ ଯନ୍ତ୍ରଣା ହେବାରୁ ତାଙ୍କ ସ୍ବାମୀ ହୋଇଚୂନ ଗୌଡ଼ (26) ଓ ଅନ୍ୟ ଗାଁ ଲୋକଙ୍କ ସହଯୋଗରେ ତାଙ୍କୁ ଷ୍ଟ୍ରେଚରରେ କାଣିଗୁମା ପର୍ଯ୍ୟନ୍ତ ବୋହିକି ନେଲେ ।

ଗର୍ଭବତୀଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନା ପର୍ଯ୍ୟନ୍ତ ନେବା ପାଇଁ କାଣିଗୁମା ନେବାକୁ କହିଥିଲେ ଆଶା ଦିଦି ତୁଳା ନାୟକ । ସବୁ ବାଧାବିଘ୍ନକୁ ଖାତିର ନକରି ଗର୍ଭବତୀଙ୍କୁ 12 କିଲୋମିଟର ବୋହି ନେଇ କାଣିଗୁମା ପର୍ଯ୍ୟନ୍ତ ଅଣାଗଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଡାକ୍ତରଖାନା ଭର୍ତ୍ତି କରାଗଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ବାରାମ୍ବାର ଗାଁ ଲୋକେ ସମାନ ସମସ୍ୟା ଭୋଗୁ ଥିବାବେଳେ ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା କୌଣସି ନେତା କାହିଁକି ଚୁପ ବସିଛନ୍ତି ।

ଆଜିବି ଉକ୍ତ ଦୁର୍ଗମ ଅଞ୍ଚଳ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସ୍ଥାନୀୟ ରାଜନେତା ଓ କର୍ମଚାରୀଙ୍କ ଦୂରଦୃଷ୍ଟି ଅଭାବ ରହିଥିବା ଯୋଗୁଁ ଲୋକମାନେ ହୋଇରାଣ ହେଉଥିବା ଦେଖିବାକୁ ମିଳୁଛି ।

କଳାହାଣ୍ଡିରୁ ଅଜିତ ସିଂହ , ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ଗ୍ରାମପଞ୍ଚାୟତ ଠାରୁ ୧୨ କିଲୋମିଟର ଦୂରରେ ଥିବା ନେହେଲା ଗ୍ରାମର ପ୍ରସବ ପୀଡିତା ମହିଳା ଜଣକୁ ୧୨ କିଲୋମିଟର ଗ୍ରାମବାସୀ ବୋହିଲେ।Body: ଗତ ୨୦ ତାରିଖରେ ନେହେଲାର ସାଇବନି ଗୌଉଡ (୨୩) ଙ୍କୁ ପ୍ରସବ ବେଦନା ହେବାରୁ ତାକୁ ସ୍ବାମୀ ହୋଇଚୂନ ଗୌଉଡ (୨୬) ଓ ଅନ୍ୟ ଗ୍ରାମବାସୀ ଙ୍କ ସହଯୋଗରେ ତାଙ୍କୁ ଷ୍ଟ୍ରେଚର ରେ କାଣିଗୁମା ପର୍ଯ୍ୟନ୍ତ ବୋହିକି ନେଲେ ଗାଁର ଆଶା ତୁଳା ନାଏକ ଗର୍ଭବତୀଙ୍କୁ ଥୁଆମୂଳ ରାମପୁର ଡାକ୍ତର ଖାନା ପର୍ଯ୍ୟନ୍ତ ନେବା ପାଇଁ କାଣିଗୁମା ନିଆଗଲା। Conclusion:ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଡାକ୍ତର ଖାନା ଭର୍ତ୍ତି କରାଯାଇଥିଲା। ଥୁଆମୂଳ ରାମପୁର ବ୍ଳକ ରେ ଆଜିବି ଦୁର୍ଗମ ଗ୍ରାମରେ ଯାତାୟତ ସୁବିଧା ସରକାରଙ୍କ ତରଫରୁ ବ୍ଯବସ୍ଥା ହେଇପାରି ନାହିଁ, ସ୍ଥାନୀୟ ରାଜନେତାଙ୍କ ଓ କର୍ମଚାରୀଙ୍କ ଦୂରଦୃଷ୍ଟି ଅଭାବ ରହିଥିବା ଯୋଗୁଁ ଲୋକମାନେ ହୋଇରାଣ ହେଉଥିବା ଦେଖିବା ମିଳୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.