ଭବାନୀପାଟଣା: ରାତି ପାହିଲେ ଗଣେଶ ପୂଜା । ସହରରୁ ନେଇ ଗ୍ରାମାଞ୍ଚଳ କଳାହାଣ୍ଡି ଜିଲ୍ଲାର ପୁରପଲ୍ଲୀରେ ବେଶ ଧୁମଧାମରେ ପାଳିତ ହୁଏ ଗଣେଶ ଚତୁର୍ଥୀ । ଆଦିଦେବ ବିଘ୍ନ ବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରନ୍ତି ଅଞ୍ଚଳବାସୀ । ପୂଜା ପାଇଁ ମୂର୍ତ୍ତି କାରିଗରଙ୍କ ଭଲ ଦି ପଇସା ବେପାର ହୁଏ । ତେବେ ମହାମାରୀ କୋରୋନା ସଂକ୍ରମଣର ଭୟରେ ସବୁକିଛି ପ୍ରଭାବିତ ହୋଇଛି ।
ପ୍ରଶାସନିକ କଟକଣା ମଧ୍ୟରେ ଗଣେଶ ପୂଜା ହେବାକୁ ଥିବା ବେଳେ ମୂର୍ତ୍ତି କାରିଗରଙ୍କ ବେପାର ଠପ୍ ହୋଇଯାଇଛି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମୂର୍ତ୍ତି କାରିଗର । ପ୍ରଶାସନ ପକ୍ଷରୁ ୩ ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ନକରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କାରିଗରମାନେ ଏହାକୁ ପାଳନ କରିବାକୁ ବାଧ୍ୟ ହୋଇଛନ୍ତି ।
ପୂର୍ବବର୍ଷ ପରି ବିକ୍ରି ନାହିଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ଏହି କାରିଗରଙ୍କ ପରିବାର ପ୍ରତିପୋଷଣ ଉପରେ । ପୂଜା ସମୟ ଆସିଲେ ମୂର୍ତ୍ତି ଗଢି ନିଜର ଗୁଜୁରାଣ ମେଣ୍ଟାଉଥିବା କାରିଗରମାନେ ଏବେ ସତେ ଯେପରି ହାତବାନ୍ଧି ବସିଛନ୍ତି । ନିଜ ଭାଗ୍ୟକୁ ଆଦରି କିଛି ମୂର୍ତ୍ତି କରି ଗ୍ରାହକଙ୍କୁ ଚାହିଁ ରହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ