ETV Bharat / state

ବାଲି ଚୋରା ଚାଲାଣବେଳେ ଚଢ଼ାଉ: ୪ ହାଇୱା ଜବତ, ଡ୍ରାଇଭର ଅଟକ

ବାଲି ଚୋରା ଚାଲାଣବେଳେ ରାଜସ୍ବ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ । ୪ଟି ହାଇୱା ଓ ଗୋଟିଏ ପ୍ରୋକଲିନ ମେସିନ ଜବତ, ଡ୍ରାଇଭର ଅଟକ । ଅଧିକ ପଢ଼ନ୍ତୁ

author img

By

Published : May 24, 2022, 10:47 PM IST

ବାଲି ଚୋରା ଚାଲାଣ ବେଳେ ଚଢ଼ାଉ: ୪ ହାଇୱା ସହ ଡ୍ରାଇଭର ଅଟକ

ଭବାନୀପାଟଣା: ରେତ୍ ନଦୀ ଘାଟରୁ ବାଲି ଚୋରା ଚାଲାଣବେଳେ ରାଜସ୍ବ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ । ୪ଟି ହାଇୱା ଓ ଗୋଟିଏ ପ୍ରୋକଲିନ ମେସିନ ଜବତ, ଡ୍ରାଇଭର ଅଟକ । ଏହି ଘାଟରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ହେଉଥିଲା ଅଭିଯୋଗ ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ ରେତ୍ ନଦୀ ଘାଟରୁ ଲଗାତାର ଭାବେ ବେଆଇନ ବାଲି ଖନନ ଚାଲିଥିଲା । ସୂଚନା ପାଇ କେସିଙ୍ଗା ତହସିଲଦାରଙ୍କ ନେତୃତ୍ବରେ ରାଜସ୍ବ ବିଭାଗ କର୍ମଚାରୀ ଓ ପୋଲିସ ମିଳିତଭାବେ ଚଢ଼ାଉ କରି ୪ଟି ହାଇୱା ଓ ଗୋଟିଏ ପ୍ରୋକଲିନ ମେସିନ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି ।

ସୂଚନା ଅନୁସାରେ ଏହି ବାଲି ଘାଟରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବା ନେଇ ଆଗରୁ ମଧ୍ୟ ଅଭିଯୋଗ ହୋଇଥିଲା । ପୂର୍ବରୁ ଏହି ବାଲିଘାଟ ଉପରେ ଅନେକ ଥର ଚଢ଼ାଉ ହୋଇଥିଲେ ହେଁ ବାଲି ମାଫିଆ ଲାଞ୍ଚ ଦେଇ ଖସି ଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.