ETV Bharat / state

ଅଶାନ୍ତ ଲାଲଗଡ: 5 ମାଓବାଦୀ ନିହତ, 2 ଯବାନ ଶହୀଦ

author img

By

Published : Sep 10, 2020, 11:01 AM IST

Updated : Sep 10, 2020, 8:00 PM IST

କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୋଲିସ ମାଓବାଦୀ ଗୁଳିବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ମାଓବାଦୀଙ୍କ ଗୁଳିରେ ୨ ଜଣ ଏସଓଜି ଯବାନ ଶହୀଦ ହୋଇଛନ୍ତି ।

police naxal encounter
ଅଶାନ୍ତ ଲାଲଗଡ: 5 ମାଓବାଦୀ ନିପାତ, 2 ଯବାନ ଶହୀଦ

ଭବାନୀପାଟଣା: ବୁଧବାର କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ହୋଇଥିବା ବଡ ଧରଣର ମାଓ ଅପରେସନରେ 5 ଜଣ ମାଓବାଦୀ ନିହତ ହୋଇଥିବାବେଳେ 2 ଏସଓଜି ଯବାନ ଶହୀଦ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।

ଅଶାନ୍ତ ଲାଲଗଡ: 5 ମାଓବାଦୀ ନିହତ 2 ଯବାନ ଶହୀଦ

ଶହୀଦ ଯବାନ ଦୁଇ ଜଣ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧୀର କୁମାର ଟୁଡୁ ଏବଂ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ । ସେହିପରି ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ । ଗୁଳି ବିନିମୟ ପରେ ଏବେବି ସେଠାରେ ଜୋରଦାର କୁମ୍ବିଂ ଅପରେସନ ଜାରି ରହିଛି ।

ଏହି ଘଟଣାରେ ଯବାନଙ୍କ ଶହୀଦ ହେବା ଖବରକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ମୟୂରଭଞ୍ଜ ଜିଲ୍ଲାର ଏସଓଜି ଯବାନ ସୁଧୀର କୁମାର ଟୁଡ଼ୁ ଓ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ ଶହୀଦ ହୋଇଥିବା ଖବର ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ଉଭୟଙ୍କୁ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ଦେଶ ମାତୃକା ସେବା ପାଇଁ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Sep 10, 2020, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.