ଭବାନୀପାଟଣା: ୧୩ ବର୍ଷର ନାବାଳିକାକୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଚିଚିଆ ଗାଁର ମୁକେଶ ଅଘରିଆ ଦୀର୍ଘ ଦିନ ଧରି ଏକ ତରଫା ପ୍ରେମ କରି ଆସୁଥିବା ବେଳେ ଅନେକ ଥର ପ୍ରେମ ନିବେଦନ କରିଥିଲା । ହେଲେ ନାବାଳିକା ଜଣକ ବାରମ୍ବାର ମନା କରି ଦେଇଥିଲେ । ଏହାକୁ ଯୁବକ ଜଣକ ନାବାଳିକାକୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ଆଜି ପୋଲିସ ତାକୁ ରାୟଗଡାରୁ ଗିରଫ କରିଛି ।
ଘଟଣାକୁ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ନାବାଳିକା ଓ ପରିବାର ଲୋକେ ଗୋଳାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତ ମୁକେଶର ମୋବାଇଲକୁ ଟ୍ରାକ କରି ଅଭିଯୁକ୍ତ ମୁକେଶକୁ ରାୟଗଡା ଜିଲ୍ଲାରୁ ଗିରଫ କରିଛି ପୋଲିସ । ଥାନାକୁ ଆଣି ଅଧିକ ପଚରାଉଚରା ପରେ ଅଭିଯୁକ୍ତ ମୁକେଶକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ନାବାଳିକା ଜଣଙ୍କୁ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ