ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ତେଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି - ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ପୁଣି ମୁଣ୍ଡ ଟେକିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ଗତକାଲି(ରବିବାର) ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦୋହରାଇଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି
ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି
author img

By

Published : Mar 6, 2023, 10:21 AM IST

ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ଭବାନୀପାଟଣା: ପୁଣି ତେଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି । ଗତକାଲି(ରବିବାର) ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଆସିଥିବା ବେଳେ ଧର୍ମଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଧର୍ମଗଡ଼ ଅଞ୍ଚଳବାସୀ ଲିଫଲେଟ ଧରି ନିଜ ଦାବି ଉପସ୍ଥାପନ କରିଥିଲେ । ପୋଲିସ ସ୍ଥାନୀୟ ବାସିନ୍ଦାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଅଞ୍ଚଳବାସୀ ଲିଫଲେଟ ଦେଖାଇ ବିକ୍ଷୋଭ କରିଥିଲେ ।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରାଯାଉଛି । ରାଜରାସ୍ତା ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ତେବେ ଗତ କିଛି ଦିନ ତଳେ ବିଧାନସଭାରେ ରାଜ୍ୟର ବିଭିନ୍ନ ଉପଖଣ୍ଡକୁଙ୍କୁ ଜିଲ୍ଲା ଘୋଷଣା କରାଯିବା ନେଇ ପ୍ରଶ୍ନ ଉଠିଥିଲା । ହେଲେ କେବେ ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳି ପାରିବ ତାହା ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସ୍ପଷ୍ଟ କରିନଥିବା ବେଳେ ପୁଣି ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଆରମ୍ଭ ହୋଇଛି ।

ଧର୍ମଗଡ ଉପଖଣ୍ଡର ସମସ୍ତ ୬ଟି ବ୍ଲକକୁ ମିଶାଇ ଧର୍ମଗଡ଼ ଜିଲ୍ଲା ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ଏକ ସଭାରେ ପ୍ରତିଶ୍ରୁତି ଦେଇଥିଲେ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜକୁ ୨୦ ବର୍ଷ ତଳେ ଧର୍ମଗଡ କଲେଜ ପଡିଆ ଠାରେ ଏକ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦିଆଯାଇନାହିଁ । ଯାହାକୁ ନେଇ ଆଜି ପୁଣି ଥରେ ଆନ୍ଦୋଳନ ମୁଣ୍ଡ ଟେକିବାରେ ଲାଗିଛି । ରବିବାର ମୁଖ୍ୟମନ୍ତ୍ରୀ ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବହାଲକୁ ଗସ୍ତ କରି ସେଠାରେ ଅନେକ ଗୋଡିଏ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ ମଧ୍ୟ କରିଥିଲେ ।

ଏହାସହ ପ୍ରାୟ ୧୫୦୦ ସହ କୋଟି ଟଙ୍କାର ଅର୍ଥ ମଧ୍ୟ ଜିଲ୍ଲାକୁ ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳରୁ କାର ଯୋଗେ ବାହାରି ଧର୍ମଗଡ଼ ଠାରେ ଅସ୍ଥାୟୀ ହେଲିପ୍ୟାଡକୁ ଯିବା ସମୟରେ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟିର ଆୱାନ କ୍ରମେ ଅଞ୍ଚଳବାସୀ ଲିପିଲେଟ,ପୋଷ୍ଟର ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ତେବେ ପୋଲିସ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସ୍ଥାନୀୟବାସୀ ଧସେଇ ପଶି ଲିଫଲେଟ ଦେଖାଇଥିଲେ । ସେପଟେ ଧର୍ମଗଡ଼ କ୍ରିୟାନୁଷ୍ଠାନ କମିଟି କହିବା ଅନୁଯାୟୀ," ରାଜ୍ୟ ସରକାର ଧର୍ମଗଡ଼ ଉପଖଣ୍ଡକୁ ଅନେକ ଭେଟି ଦେବା ସହ ଅନେକ ବିକାଶ ମୂଳକ କାର୍ଯ୍ୟ ମଧ୍ୟ ହାତକୁ ନେଇଛନ୍ତି । ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀ ଏହି ଦାବିକୁ ମଧ୍ୟ ଶୁଣିବା ସହ ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବେ ବୋଲି କ୍ରିୟାନୁଷ୍ଠାନ କମିଟି ପ୍ରକାଶ କରିଥିବା ବେଳେ କେବେ ଅଞ୍ଚଳ ବାସୀଙ୍କ ଏହି ଦାବି ପୂରଣ ହେବ ତାହା ସମୟ ହିଁ କହିବ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.