ETV Bharat / state

ଲକଡାଉନର ପ୍ରଭାବ, ଜରୁରୀ ସେବାକୁ ଛାଡି ସବୁ ବନ୍ଦ - କଳାହାଣ୍ଡିରେ ଜରୁରୀ ସେବାକୁ ଛାଡି ସବୁ ବନ୍ଦ

କଳାହାଣ୍ଡି ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଲାକଡାଉନର ପ୍ରଭାବ, ଜରୁରୀ ସେବାକୁ ଛାଡି ସବୁ ବନ୍ଦ

author img

By

Published : May 5, 2021, 4:31 PM IST

ଭବାନୀପାଟଣା: ରାଜ୍ୟରେ ଆରମ୍ଭ ତାଲାବନ୍ଦ । ହୁହୁ ହୋଇ ବଢି ଚାଲିଥିବା ସଂକ୍ରମଣ ଚେନକୁ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ଠାରୁ ଅର୍ଥାତ ମେ ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । କେବଳ ନିର୍ଦ୍ଦିଷ୍ଟ କିଛି ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ତେବେ ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ସମେତ ଭବାନୀପାଟଣାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳିଛି ।

ଲାକଡାଉନର ପ୍ରଭାବ, ଜରୁରୀ ସେବାକୁ ଛାଡି ସବୁ ବନ୍ଦ
ଏଥିସହ ଯେପରି ହଇରାଣ ନହୁଅନ୍ତି, ସେଥିପାଇଁ ସକାଳ ୬ ଟାରୁ ୧୨ ଟା ଯାଏଁ ରାସ୍ତାକଡ଼ରେ ଥିବା ଜଳଖିଆ ଦୋକାନ, ପନିପରିବା, ମାଛ, ମାଂସ, ଫଳ ଦୋକାନ ଆଦି ଖୋଲା ରହିବ । ଲୋକେ ୫୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇ ଜରୁରୀ ସାମଗ୍ରୀ ଆଣି ପାରିବେ । ଏହା ସହ ଜରୁରୀ ସେବା ମଧ୍ୟ ଜାରି ରହିବ । ସୁରକ୍ଷା ଦୃଷ୍ଟିରୁ କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ସମସ୍ତେ ପ୍ରବେଶ ପଥରେ ପୋଲିସ ଫୋର୍ସକୁ ମୁତୟନ କରାଯାଇଥିବାବେଳେ ଭବାନୀପାଟଣା ସହରର ସମସ୍ତ ଛକରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି ।କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.