ETV Bharat / state

କିଏ ଖାଇଲା ହିତାଧିକାରୀଙ୍କ ଚାଉଳ ? ପିଇଓ ଓ ଯୋଗାଣ ସହାୟକଙ୍କ ଭିତରେ ତୁ ତୁ ମେଁ ମେଁ

author img

By ETV Bharat Odisha Team

Published : Dec 6, 2023, 8:07 PM IST

3 ମାସ ହେବ ହିତାଧିକାରୀଙ୍କୁ ମିଳୁନି ପିଡିଏସ ଚାଉଳ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ପରସ୍ପର ଆରୋପ ପ୍ରତ୍ୟାରୋପ ସହ ତୁ ତୁ ମେଁ ମେଁ ଯୋଗୁଁ ଚାଉଳ ନପାଇ ହିତାଧିକାରୀ ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ବାରମ୍ବାର ଘାଣ୍ଟି ହେଉଛନ୍ତି । ଅଧିକ ପଢ଼ନ୍ତୁ

ହିତାଧିକାରୀଙ୍କୁ ମିଳୁନି ପିଡିଏସ ଚାଉଳ
ହିତାଧିକାରୀଙ୍କୁ ମିଳୁନି ପିଡିଏସ ଚାଉଳ
ହିତାଧିକାରୀଙ୍କୁ ମିଳୁନି ପିଡିଏସ ଚାଉଳ

ଭବାନୀପାଟଣା: ହିତାଧିକାରୀଙ୍କୁ ମିଳୁନି ପିଡିଏସ ଚାଉଳ । ଲଡୁଗାଁ ପଞ୍ଚାୟତ ପିଡିଏସ୍ ଚାଉଳ ହେରଫେର ଘଟଣା । ପିଇଓ ଏବଂ ଯୋଗାଣ ସହାୟକ ତୁ ତୁ ମେଁ ମେଁ । ଘାଣ୍ଟି ହେଉଛନ୍ତି ନିରୀହ ହିତାଧିକାରୀ । ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେବ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମର ହିତାଧିକାରୀମାନେ ୩ ମାସର ପିଡିଏସ ଚାଉଳ ପାଇ ନଥିବା ଅଭିଯୋଗ କରି ଆସୁଛନ୍ତି । ପୂର୍ବରୁ ବ୍ଳକ ଯୋଗାଣ ନିରୀକ୍ଷକ ଓ ଗତକାଲି ଜିଲ୍ଲାପାଳଙ୍କ ପାଖରେ ହିତାଧିକାରୀମାନେ ଫେରାଦ ହୋଇ ଅଭିଯୋଗ କରି ଫେରିଥିବା ବେଳେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଚାଉଳ ଦେବାକୁ ଯିଦ୍‌ କରିଥିଲେ । ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ପରସ୍ପର ଆରୋପ ପ୍ରତ୍ୟାରୋପ କାଣରୁ ଚାଉଳ ନପାଇ ହିତାଧିକାରୀ ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ବାରମ୍ବାର ଘାଣ୍ଟି ହେଉଛନ୍ତି ।

ଦୀର୍ଘ ମାସେ ହେବ ଆଁଇଲି ଗ୍ରାମର ପ୍ରାୟ ୧୪୪ ଜଣ ହିତାଧିକାରୀ ୩ ମାସର ପିଡିଏସ ଚାଉଳ ପାଇ ନଥିବା ଅଭିଯୋଗ ହୋଇ ଆସୁଛି । ଏହାସହ ଅଭିଯୋଗ ଦିନ ପରେ ଦିନ ଗଢୁଛି ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ । ସେପଟେ ଚାଉଳ ନପାଇ ହିତାଧିକାରମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି । ଚାଉଳ ପାଇବା ଆଶାନେଇ ପୁନର୍ବାର ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀମାନେ ପହଞ୍ଚି ଚାଉଳ ଦେବାକୁ ଅଡ଼ି ବସିଥିଲେ । ହେଲେ ହିତାଧିକାରୀ ଚାଉଳ ପାଇ ନଥିଲେ । ପରେ ସରପଞ୍ଚଙ୍କ ଉପସ୍ଥିତିରେ ପିଇଓ, ଯୋଗାଣ ସହାୟକ ଓ ହିତାଧିକାରୀମାନଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା ।

ତେବେ ପଞ୍ଚାୟତ କାର୍ଯ୍ୟାଳୟରେ ୧୪୦ ଜଣ ହିତାଧିକାରୀଙ୍କ ରାସନ୍ କାର୍ଡରେ ୩ ମାସର ଚାଉଳ ନିମନ୍ତେ ଏଣ୍ଟ୍ରି ହୋଇଥିବା ସବୁ କାର୍ଡରେ ଚାଉଳ ଦେବାକୁ ଯିଦି କରିଥିଲେ । ହେଲେ ସେମାନଙ୍କୁ ଚାଉଳ ନଦେବାରୁ କିଛି ସମୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ହୋ ହାଲ୍ଲା ମଧ୍ୟ ହୋଇଥିଲା । ପରେ ପରିସ୍ଥିତିର ମୋଡ଼ ବଦଳାଇବା ପାଇଁ ଏକ ୪୦୭ ଗାଡ଼ିରେ ପ୍ରାୟ ୩୦ କୁଇଣ୍ଟାଲ ଚାଉଳ ପଞ୍ଚାୟତକୁ ଆଣାଯାଇ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରୁଥିବା ବେଳେ ହିତାଧିକାରୀମାନେ ୩ ମାସର ଚାଉଳ ଦେବାକୁ କହିଥିଲେ । ହେଲେ ସମସ୍ତଙ୍କୁ ତିନି ମାସର ଚାଉଳ ନଦେବା ଫଳରେ ପୁନର୍ବାର ହିତାଧିକାରୀମାନେ ନିରାଶ ହୋଇ ଘରକୁ ଫେରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ.....ପିଡିଏସ ଚାଉଳ ହଡ଼ପ ଅଭିଯୋଗ; ବ୍ଲକ ଅଫିସ ଘେରାଉ କଲେ ହିତାଧିକାରୀ

ଚାଉଳ ହେରଫେର ଅଭିଯୋଗକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ବେଣୁପାଣି ଓ ଯୋଗାଣ ସହାୟକ ଅଜିତ କୁମାର ଠାକୁରଙ୍କୁ ପଚାରିବାରୁ ଉଭୟ ଉଭୟଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଛନ୍ତି । ତେବେ ପିଇଓ, ଯୋଗାଣ ସହାୟକ ଓ ନାଏବ ସରପଞ୍ଚଙ୍କ ନାଁରେ ୩ ମାସର ପିଡିଏସ ଚାଉଳ ହେରଫେର କରିଥିବା ହିତାଧିକାରୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଓ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇ ନଦେବା ଆହୁରି ଅନେକ ହେରଫେର କରିଥିବା ସନ୍ଦେହ ଘେରକୁ ନେଇଛି । କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି । ତେବେ ଆଗାମୀ ଦିନରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭ ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.