ETV Bharat / state

ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

author img

By ETV Bharat Odisha Team

Published : Sep 26, 2023, 7:33 AM IST

ପୁଣି ଖଟିଆରେ ବୁହା ହେଲେ ରୋଗୀ । କଳାହାଣ୍ଡି ଜିଲ୍ଲା ଥୁଆମୂୂଳ ରାମପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁକୁ ପକ୍କା ରାସ୍ତା ଓ ପକ୍କା ପୋଲ ନଥିବାରୁ ରୋଗୀଙ୍କ ପାଖରେ ପହଞ୍ଚିପାରୁନି ଆମ୍ବୁଲାନ୍ସ । ଅଧିକ ପଢ଼ନ୍ତୁ

ଖଟିଆରେ ବୁହା ହେଲେ ରୋଗୀ
ଖଟିଆରେ ବୁହା ହେଲେ ରୋଗୀ
ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଭବାନିପାଟଣା: ପୁଣି ଖଟିଆରେ ବୁହା ହେଲେ ରୋଗୀ । କଳାହାଣ୍ଡି ଜିଲ୍ଲା ଥୁଆମୂୂଳ ରାମପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁକୁ ପକ୍କା ରାସ୍ତା ଓ ପକ୍କା ପୋଲ ନଥିବାରୁ ରୋଗୀଙ୍କ ପାଖରେ ପହଞ୍ଚିପାରୁନି ଆମ୍ବୁଲାନ୍ସ । ଭରା ନଇରେ ଖଟିଆରେ ବୁହା ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ନଦୀ ପାର କରାଇଲେ ରୋଗୀଙ୍କ ସମ୍ପର୍କୀୟ । ଗୋଟିଏ ପଟେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଏଭଳି ଅବ୍ୟବସ୍ଥା ସରକାରଙ୍କ ବିକାଶ ନାରାର ନଗ୍ନ ଚିତ୍ର ସାମ୍ନାକୁ ଆଣିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଝାପୀ ପଞ୍ଚାୟତର ରାଣୀପଦର ଗାଁର ମହିଳା ସୁନ୍ଦର ମାଝୀଙ୍କୁ ଗତ କିଛି ଦିନ ଧରି ଝାଡାବାନ୍ତି ସହ ଜ୍ଵର ଲାଗି ରହିଥିଲା । ପରେ ସୋମବାର ଦିନ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ନିମନ୍ତେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆଉ ସହଯୋଗ ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସିଥିଲେ ହେଲେ ଗାଁରେ ପହଞ୍ଚି ପାରିନଥିଲା । କାରଣ ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡ଼ିବ ଇନ୍ଦ୍ରବାତୀ ନଦୀ । ଆଉ ପକ୍କା ପୋଲ ନଥିବାରୁ ଆମ୍ବୁଲାନ୍ସ ନଦୀର ଆର ପଟେ ରହିଥିଲା । ଶେଷରେ ପରିବାର ଲୋକେ ନିରୁପାୟ ହୋଇ ରୋଗୀକୁ ଖଟିଆରେ ବୋହି ଉଛୁଳା ନଦୀ ପାର କରି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ.. 5 କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ, ମେଡିକାଲରେ ପହଞ୍ଚି ଗଲା ଜୀବନ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସରକାରଙ୍କ ବିକାଶ ବନାମ ବାସ୍ତବତାର ଚିତ୍ର ସାମ୍ନାକୁ ଆଣିଛି । ଗାଁକୁ ପକ୍କା ସଡ଼କ ଓ ପକ୍କା ପୋଲ ନଥିବାରୁ ଲୋକଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା । ଯେଉଁଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଠାକାର ଲୋକେ ।

ତେବେ ଗ୍ରାମକୁ ରାସ୍ତା ଓ ପକ୍କା ପୋଲ ନିର୍ମାଣ କରିବାକୁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାଫଳରେ ଲୋକମାନେ ଅନେକ ସମସ୍ୟା ଦେଇ ଗତି କରୁଥିବା ଚିତ୍ର ସାମ୍ନାକୁ ଆସୁଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ସଂଘର୍ଷ କରି ଆସୁଛନ୍ତି ଗ୍ରାମବାସୀ । ତେବେ କେବେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉଛି ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ଭବାନିପାଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.