ETV Bharat / state

କାମରେ ଆସୁନି ନୂତନ ବସଷ୍ଟାଣ୍ଡ, ଅସନ୍ତୋଷ ଯାତ୍ରୀ - କଳାହାଣ୍ଡି ଜୁନାଗଡ଼ ସହର

ଜୁନାଗଡ଼ ସହରର ନୂଆ ବସଷ୍ଟାଣ୍ଡରକୁ ନେଇ ହନ୍ତସନ୍ତ ଯାତ୍ରୀ । ନା ଅଛି ପାଣିର ସୁବିଧା, ନା ଅଛି ବସିବାର ସୁବିଧା । ଅଧିକ ପଢ଼ନ୍ତୁ

ନୂଆ ବସଷ୍ଟାଣ୍ଡରକୁ ନେଇ ହନ୍ତସନ୍ତ ଯାତ୍ରୀ
ନୂଆ ବସଷ୍ଟାଣ୍ଡରକୁ ନେଇ ହନ୍ତସନ୍ତ ଯାତ୍ରୀ
author img

By

Published : May 7, 2023, 3:56 PM IST

ନୂଆ ବସଷ୍ଟାଣ୍ଡରକୁ ନେଇ ହନ୍ତସନ୍ତ ଯାତ୍ରୀ

ଭବାନୀପାଟଣା: କାମରେ ଆସୁନି ନୂତନ ବସଷ୍ଟାଣ୍ଡ । ହନ୍ତସନ୍ତ ଯାତ୍ରୀ । କଳାହାଣ୍ଡି ଜୁନାଗଡ଼ ସହରରେ ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ହେଲେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ଯାତ୍ରୀମାନେ କହିଛନ୍ତି, ବସ୍‌ଷ୍ଟାଣ୍ଡରେ ମାତ୍ର ୬ଟି ଚୌକି ରହିଛି । ଖରା, ବର୍ଷା, ଶୀତ ଓ କାକରରେ ଯାତ୍ରୀଙ୍କୁ ଛିଡ଼ା ହେବାକୁ ପଡୁଛି ।

ଯାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଏବେ ବନ୍ଦ ପଡିଛି । ନାଁ ଅଛି ପାଣିର ସୁବିଧା ନାଁ ଅଛି ବସକୁ ଅପେକ୍ଷା କରିବା ପାଇଁ ବିଶ୍ରାମଗାର । ଫଳରେ ତଳେ ବସି ବସ୍‌କୁ ଅପେକ୍ଷା କରୁଛନ୍ତି ଯାତ୍ରୀ । ଜୁନାଗଡ଼ ସହରରେ ୧୨ଟି ୱାର୍ଡର ପ୍ରାୟ ୨୦ ହଜାର ଲୋକେ ବସବାସ କରୁଥିବା ବେଳେ ୩୪ଟି ପଞ୍ଚାୟତ ଲୋକେ ଏହି ସହର ଉପରେ ନିର୍ଭର କରିଥାନ୍ତି ।

ଭୌଗୋଳିକ ଦୃଷ୍ଟି କୋଣରୁ ଜୁନାଗଡ଼ ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ଅଟେ । ଜୁନାଗଡ଼ ସହର ଜିଲ୍ଲାର ମଧ୍ୟଭାଗରେ ରହିଥିବା ଯୋଗୁଁ ବ୍ୟବସାୟ ପାଇଁ ବିଭିନ୍ନ ସହରରୁ ତଥା ପୋଡ଼ିଶୀ ରାଜ୍ୟ ଛତିଶଗଡ଼ର ବ୍ୟବସାୟୀ ମଧ୍ୟ ଏଠାକୁ ଆସନ୍ତି । ଗମନାଗମନରେ ଲୋକଙ୍କ ସୁବିଧା ଦୃଷ୍ଟିକୋଣରୁ ଗତ ୧୯୬୯ ମସିହା ରାଜ୍ୟ ପୂର୍ତ୍ତ ଓ ପରିବହନ ବିଭାଗ ମନ୍ତ୍ରୀ ସ୍ବର୍ଗତ ଦୟାନିଧି ନାଏକ ଜୁନାଗଡ଼ ଠାରେ ଏକ ବସଷ୍ଟାଣ୍ଡ ନିର୍ମାଣ କରିଥିଲେ । ଏଥିରେ ୯୫ଟି ଦୋକାନ ଗୃହ ମଧ୍ୟ ନିର୍ମାଣ କରାଯାଇଥିଲା । ଜନସଂଖ୍ୟା ବୃଦ୍ଧି ସହିତ ଯାନବାହନ ଚଳାଚଳ ବୃଦ୍ଧି ଯୋଗୁଁ ଗତ ୨୦୦୩ ମସିହାରେ ଜାତୀୟ ରାଜପଥ ୨୬କୁ ଲାଗି ରହିଥିବା ୨୨ଟି ଦୋକାନକୁ ଭାଙ୍ଗି ଦିଆଯାଇଥିଲା । ଏବଂ ପରବର୍ତ୍ତୀ ସମୟରେ ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ୫ଟି ସଚିବ ଭି.କେ ପାଣ୍ଡିଆନ ଏକ ବସ୍‌ଷ୍ଟାଣ୍ଡ ନିର୍ମାଣ କରିଥିଲେ ।

ଏହି ଛୋଟ ବସଷ୍ଟାଣ୍ଡ ଭିତରକୁ ଅନେକ ବସ୍‌ ଯିବା ଆସିବା କରିବା ସହିତ ଯାତ୍ରୀ ଅପେକ୍ଷା କରିବା ପାଇଁ ମଧ୍ୟ ସମସ୍ତ ସୁବିଧା କରାଯାଇଥିଲା । ମାତ୍ର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସେହି ବସଷ୍ଟାଣ୍ଡକୁ ଭାଙ୍ଗି ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏହି ବସଷ୍ଟାଣ୍ଡ ୧ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି । ହେଲେ ଏହି ନୂତନ ବସଷ୍ଟାଣ୍ଡର ଭୁଲ୍‌ ଡିଜାଇନ ଯୋଗୁଁ ଯାତ୍ରୀ ଏବେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, ଭବାନୀପାଟଣା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.