ଭବାନୀପାଟଣା: କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଭବାନୀପାଟଣା ସହରରେ ଥିବା ପାର୍ଲର ସିଲ୍ କଲା ପୋଲିସ । କଳାହାଣ୍ଡି ଜିଲ୍ଲାରେ କୋରୋନା କାୟା ବିସ୍ତାର କରୁଥିବା ବେଳେ ଲକଡାଉନ ସହ ସପ୍ତାହନ୍ତ ସଟଡାଉନ ଜାରି ରହିଥିବାବେଳେ ନିୟମକୁ କଡାକଡି କରାଯାଇଛି ।
ଭବାନୀପାଟଣା ସହରର ଘୋଡାଘାଟ ଛକ ନିକଟରେ ଥିବା ଏକ ମେନ୍ସ ପାର୍ଲର ଲକଡାଉନ ସମୟରେ ଖୋଲା ଥିବା ନେଇ ଅଭିଯୋଗ ହେବା ପରେ ଭବାନୀପାଟଣା ଟାଉନ ପୋଲିସ ପକ୍ଷରୁ ସମ୍ପୃକ୍ତ ଦୋକାନକୁ ସିଲ କରାଯାଇଛି ।
ତେବେ ରାଜ୍ୟ ସମେତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କ । ତେବେ ଏମିତି କିଛି ଅମାନିଆ ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଉଥିବାର ସୂଚନା ମିଳିଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ