ETV Bharat / state

ଭବିଷ୍ୟତକୁ ଅନ୍ଧାର କରିଦେଲା ରୋଗ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନାସି ଗାଁର 22 ବର୍ଷୀୟ ତରୁଣ ମାଝୀ । ଆଜକୁ 4 ବର୍ଷ ତଳେ ଦଇବ ଏମିତି ଦାଉ ସାଧିଲା ଯେ ସେ ଏବେ ଜଣେ ପକ୍ଷାଘାତ ରୋଗୀ । ପୂର୍ବରୁ ସେ ଜଣେ ମେଧାବୀ ଛାତ୍ର ଥିବା ବେଳେ ଖେଳକୁଦର ବୟସରେ, କିଶୋର ଅବସ୍ଥାରେ ସେ ଏବେ ଶଯ୍ୟାଶାୟୀ । ଅଧିକ ଖବର ପଢନ୍ତୁ...

author img

By

Published : Feb 26, 2020, 9:56 AM IST

ଭବିଷ୍ୟତକୁ ଅନ୍ଧାର କରିଦେଲା ରୋଗ
ଭବିଷ୍ୟତକୁ ଅନ୍ଧାର କରିଦେଲା ରୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନାସି ଗାଁର 22 ବର୍ଷୀୟ ତରୁଣ ମାଝୀ । ଆଜକୁ 4 ବର୍ଷ ତଳେ ଦଇବ ଏମିତି ଦାଉ ସାଧିଲା ଯେ ସେ ଏବେ ଜଣେ ପକ୍ଷାଘାତ ରୋଗୀ । ପୂର୍ବରୁ ସେ ଜଣେ ମେଧାବୀ ଛାତ୍ର ଥିବାବେଳେ ଖେଳକୁଦର ବୟସରେ, କିଶୋର ଅବସ୍ଥାରେ ସେ ଏବେ ଶଯ୍ୟାଶାୟୀ । ହେଲେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଏନେଇ ପରିବାର ସହ ସ୍ଥାନୀୟ ଲୋକେ ତରୁଣର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି ।

ଖେଳକୁଦ ବୟସରେ ପକ୍ଷାଘାତ ରୋଗରେ ପଡି ଶଯ୍ୟାଶାୟୀ । ବୟସ ପାଖାପାଖି 22 ବର୍ଷ । ବଢିଲା ପୁଅର ଏମିତି ଅବସ୍ଥା ଦେଖି ମାଆ ଆଖିରେ ଲୁହ ରହୁନି । କାରଣ ପୁଅ ଜଣେ ମେଧାବୀ ଛାତ୍ର । ପାଠପଢି ବଡ ମଣିଷ ହୋଇ ଯେଉଁ ପୁଅ ବାପାମାଆଙ୍କ ସାହାରା ହେବା କଥା ସେଇ ପୁଅ ଆଜି ବାପା ମାଆଙ୍କ ସାହାରା ଲୋଡୁଛି ପ୍ରତି ମୁହୂର୍ତ୍ତରେ । ନିଜକୁ ନିଜେ ବୋଝ ମଣୁଛି। ସ୍କୁଲରେ ଜଣେ ଆଗଧାଡିର ଏହି ଛାତ୍ରକୁ ନେଇ ଦିନେ ଶିକ୍ଷକ ଓ ପରିବାର ବର୍ଗ ବେଶ ଆଶାବାଦୀ ଥିଲେ। ହେଲେ ତାଙ୍କ ଆଶା ଆଶାରେ ରହିଗଲା । ଦିନେ ଖେଳୁ ଖେଳୁ ଗଛରୁ ପଡିଯାଇଥିଲେ ତରୁଣ । ଆଉ ତାପରେ ତରୁଣ ବିଛଣାରୁ ଉଠିବା ଅସମ୍ଭବ ହୋଇପଡିଛି ।

ଭବିଷ୍ୟତକୁ ଅନ୍ଧାର କରିଦେଲା ରୋଗ

ତରୁଣ ଶାରୀରିକ ଭାବେ ଅକ୍ଷମ, ହେଲେ ମାନସିକ ଭାବେ ନୁହେଁ । ଆଜି ବି ତରୁଣ ଅନେକ ଆଶା ସାଉଁଟି ଏକ ସୁସ୍ଥ ଜୀବନ ଜିଇଁବାର ରାହା ଖୋଜୁଛି । ହେଲେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ନ ହେବାରୁ ବନ୍ଧା ପଡିଛି ଏହି ମେଧାବୀ ଛାତ୍ରର ଭାଗ୍ୟ ଓ ଭବିଷ୍ୟତ । ଜର୍ଜରିତ ଯନ୍ତ୍ରଣାରେ ତରୁଣ ରୁନ୍ଧି ହେଇ ଛଟପଟ ହେଉଛି । କୁଲି କାମ କରି ଚଳୁଥିବା ପରିବାର ତରୁଣର ଚିକିତ୍ସା ଖର୍ଚ୍ଚର ଭାର ଉଠାଇପାରୁନାହାଁନ୍ତି । ଏନେଇ ପରିବାର ସହ ସ୍ଥାନୀୟ ଲୋକେ ତରୁଣର ଚିକିତ୍ସା ପାଇଁ ସରକାରୀ ସହାୟତା ଲୋଡିଛନ୍ତି ।

ଜଣେ ମେଧାବୀ ଛାତ୍ର ବିଦ୍ୟାଳୟର ବେଞ୍ଚ ଛାଡି ଘରେ ଶଯ୍ୟାଶାୟୀ । ଭବିଷ୍ୟତକୁ ନେଇ ଦେଖୁଥିବା ସ୍ବପ୍ନ କେବେ ପୁରା ହେବ, ସେ ନେଇ ଦିନରାତି ଭାବି ବସିଛି ତରୁଣ । ସେପଟେ ପୁଅର ଚିକିତ୍ସା ପାଇଁ ପରିବାର ବର୍ଗ ସରକାରଙ୍କ ହାତ ସାହାରାକୁ ଅନାଇ ବସିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.