ETV Bharat / state

ମିଲର୍ସ ଉଠାଉନାହାଁନ୍ତି ଧାନ, ମଣ୍ଡିରେ ଗଜା ହେଲା ଧାନ - କଳହାଣ୍ଡି ମଣ୍ଡିରେ ଗଜା ହେଲା ଧାନ

କଳାହାଣ୍ଡି ଜିଲ୍ଲାରେ ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ମିଲର୍ସଙ୍କ ମର୍ଜିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିରେ ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

ମିଲର୍ସ ଉଠାନାହାଁନ୍ତି ଧାନ, ମଣ୍ଡିରେ ଗଜା ହେଲା ଧାନ

author img

By

Published : Jan 15, 2022, 9:31 PM IST

ଭବାନୀପାଟଣା: ମଣ୍ଡିରେ ଗଜା ହେଲା ଧାନ । କଳାହାଣ୍ଡି ଜିଲ୍ଲାରେ ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲାର ମଣ୍ଡି ମାନଙ୍କରେ ମିଲର୍ସଙ୍କ ମର୍ଜିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିରେ ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମିଲର୍ସ ଉଠାନାହାଁନ୍ତି ଧାନ, ମଣ୍ଡିରେ ଗଜା ହେଲା ଧାନ

ମଣ୍ଡି ସମସ୍ୟା ଚାଷୀଙ୍କ ସମସ୍ୟାର ମୁଖ୍ୟ କାରଣ ପାଲଟିଛି । ଏସବୁ ଭିତରେ କେତେବେଳେ ଶୀତ କାକରରେ ଉପାର୍ଜିତ ଧାନକୁ ଜଗି ମଣ୍ଡିରେ ପଡି ରହିଛି ଚାଷୀ । ଆଉ ଏବେ ବେଡି ଉପରେ କୋରଡ଼ା ମାଡ଼ ଭଳି ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତାକୁ ଦୁଇଗୁଣିତ କରିଛି। ଜିଲ୍ଲାରେ ଗତ ସପ୍ତାହ ଧରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ପଡି ରହିଥିବା ଧାନ ପାଣିରେ ଓଦା ହୋଇଯାଇଛି ।ସମସ୍ତ ଓଦା ଧାନ ଏବେ ଗଜା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମୁଣ୍ଡର ଝାଳ ତୁଣ୍ଡରେ ମାରି ପେଟ ପାଇଁ ଦାନା ଉପାର୍ଜନ କରିଥିଲା ଚାଷୀ ହେଲେ ମଣ୍ଡି ଅବ୍ୟବସ୍ଥା ଓ ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ଏବେ ଗଜା ଧାନକୁ ନେଇ ମୁଣ୍ଡରେ ହାତ ଦେଇବସିଛି ଚଷା ପୁଅ ।

ଏହା ମଧ୍ୟ ପଢନ୍ତୁ: ଢ଼ିଙ୍କିଆରେ ଏକାଧିକ ଗ୍ରାମବାସୀ ନିଖୋଜ: ଚିନ୍ତାରେ ପରିବାର, ଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ

ଜିଲ୍ଲାର ଜୁନାଗଡ଼ ଧର୍ମଗଡ଼, କୋକସରା, କଲମପୁର ଆଦି ଅଞ୍ଚଳର ମଣ୍ଡି ମାନଙ୍କରେ ଧାନ ଗଜା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.