ETV Bharat / state

ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡିରେ କଂଗ୍ରେସର ପଦଯାତ୍ରା

ତୈଳ ଦର, ମଣ୍ଡି ସମସ୍ୟା ଓ କୃଷି ଆଇନ ପ୍ରତ୍ୟାହାର ଦାବି କରି କଳାହାଣ୍ଡିରେ କଂଗ୍ରେସର ପଦଯାତ୍ରା । ବରିଷ୍ଠ କଂଗ୍ରେସ ନେତା ସମେତ ଚାଷୀମାନେ ପଦଯାତ୍ରାରେ ସାମିଲ । ଅଧିକ ପଢନ୍ତୁ....

author img

By

Published : Feb 16, 2021, 4:38 PM IST

ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡିରେ କଂଗ୍ରେସର ପଦଯାତ୍ରା
ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡିରେ କଂଗ୍ରେସର ପଦଯାତ୍ରା

ଭବାନୀପାଟଣା: ତୈଳ ଦରରେ ଅହେତୁକ ବୃଦ୍ଧି ନେଇ କଂଗ୍ରେସ ସୋମବାର ଓଡିଶା ବନ୍ଦ କରିଥିଲା । ସେହିପରି ଦର ବୃଦ୍ଧି ଓ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ପ୍ରତିବାଦରେ ଏବଂ ରାଜ୍ୟରେ ମଣ୍ଡି ସମସ୍ୟା ନେଇ କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ କିଷାନ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ସମେତ ଅନେକ ଦଳୀୟ କର୍ମୀ ଓ ଚାଷୀମାନେ ସାମିଲ ହୋଇଛନ୍ତି ।

ଜୁନାଗଡ ବ୍ଲକ କୁଲିହାରି ଗାଁରୁ ଏହି ପଦଯାତ୍ରା ବାହାରି ବଳଦିଆମାଲରେ ପହଞ୍ଚିଛି । ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ତେବେ ଆଗକୁ ମଧ୍ୟ ବିଭିନ୍ନ ବ୍ଲକରେ ଏହି ପଦଯାତ୍ରା ଜାରି ରହିବ ବୋଲି କଂଗ୍ରେସ ନେତା ଭକ୍ତ ଚରଣ ଜଣାଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.