ETV Bharat / state

ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ, ଅସ୍ତ୍ରଶସ୍ତ୍ର ଜବତ

author img

By

Published : Jul 22, 2021, 7:24 AM IST

କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା । ଦୁର୍ଦ୍ଦାନ୍ତ ଅପରାଧୀ ହେମନ୍ତ ସାହୁକୁ ଗିରଫ କରିବା ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ରକୁ ଜବତ କରିଛି । ଅଧିକ ପଢନ୍ତୁ...

ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଦୁର୍ଦ୍ଦାନ୍ତ ଅପରାଧି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ପଣକା ମାଳ ଗାଁରେ ଜଣେ ଯୁବକ ହେମନ୍ତ ସାହୁ ବେଆଇନ ଭାବେ ଅସ୍ତ୍ର ଶସ୍ତ୍ର ରଖି ମଦ ବ୍ୟବସାୟ ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଆସୁଥିବା ପୋଲିସ ସୂଚନା ପାଇଥିଲା ।

ତେବେ ମୋହନଗିରି ତହସିଲ ଅଧିନ ମଦନପୁର ରାମପୁର ରାସ୍ତାରେ ପୋଲିସ ପାଟ୍ରୋଲିଂ ସମୟରେ ପୋଲିସ ଉପରକୁ ବୋମା ଫିଙ୍ଗିବା ସହ ଲୋକଙ୍କୁ ଭୟଭୀତ କରୁଥିବା ଘଟଣାରେ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ହେମନ୍ତ ସାହୁକୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତ ନିକଟରୁ ବେଆଇନ ଦେଶୀ ପିସ୍ତଲ,ଦେଶୀ ବୋମା, ଭୁଜାଲି , ମାରଣାସ୍ତ୍ର ଓ ଚୋରା ମୋଟର ସାଇକେଲ ଜବତ କରିଛି ମଦନପୁର ରାମପୁର ପୋଲିସ । କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଯୁବକଙ୍କୁ ମଦନପୁର ରାମପୁର ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ଚାରିଗୋଟି ଅପରାଧିକ ମାମଲା ଲିପ୍ତ ରହିଥିବା କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.