ETV Bharat / state

କଳାହାଣ୍ଡି ପୋଲିସ ପାଖରେ ହାର୍ଡକୋର ମାଓବାଦୀ ଲାଲସୁର ଆତ୍ମସମର୍ପଣ - ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ ଲାଲସୁ ଓରଫ ଲକ୍ଷ୍ମଣ ଆପକା । ପୋଲିସ ଷ୍ଟେସନରେ ରାମଦାସ ଓ କଲମଦେଇଙ୍କ ବିବାହ ଦେଖି ଆତ୍ମସମର୍ପଣ କଲେ । ଅଧିକ ପଢନ୍ତୁ

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ, ମୁଣ୍ଡପିଛା ଥିଲା ୫ ଲକ୍ଷ

author img

By

Published : May 1, 2022, 5:00 PM IST

Updated : May 1, 2022, 11:04 PM IST

ଭବାନୀପାଟଣା: ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ ଲାଲସୁ ଓରଫ ଲକ୍ଷ୍ମଣ ଆପକା । ଆଜି(ରବିବାର) କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଏହି ହାର୍ଡକୋର ମାଓବାଦୀ । ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡିଶା ମାଓ ସଂଗଠନରେ ଏରିଆ କମାଣ୍ଡର ଭାବରେ କାର୍ଯ୍ୟକରି ଆସୁଥିବା ଲକ୍ଷ୍ମଣ କଳାହାଣ୍ଡି ଜିଲ୍ଲାରେ ବଂଶଧାର ଘୁମୁସର ନାଗାବଳୀ CPI ମାଓ ସଙ୍ଗଠନରେ ଦୀର୍ଘ ୧୧ ବର୍ଷ ଧରି ୫ଟି ବଡ଼ ଘଟଣାରେ ସାମିଲ ଥିଲା ।

କଳାହାଣ୍ଡି ପୋଲିସ ପାଖରେ ହାର୍ଡକୋର ମାଓବାଦୀ ଲାଲସୁର ଆତ୍ମସମର୍ପଣ

ଲାଲସୁ ଓରଫ ଲକ୍ଷ୍ମଣ ଆପକା ନାଁରେ ସରକାର ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ରବିବାର ଲକ୍ଷ୍ମଣ କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଏନେଇ କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାକେଶ ପଣ୍ଡିତ, CRPF କମାନଣ୍ଡେଣ୍ଟ ବିପ୍ଳବ ସରକାର, କଳାହାଣ୍ଡି SP ଶ୍ରବଣ ବିବେକ ସମେତ ଅନେକ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଡିଆଜି ରାଜେଶ ପଣ୍ଡିତ କହିଛନ୍ତି, "ଗତ କିଛି ଦିନ ତଳେ କଳାହାଣ୍ଡି ପୋଲିସ ପକ୍ଷରୁ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ରାମଦାସ ଓ କଲମଦେଇଙ୍କ ବିବାହକୁ ଦେଖି ଲକ୍ଷ୍ମଣ ଆପକା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ।"

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : May 1, 2022, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.