ETV Bharat / state

ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ

author img

By

Published : Mar 25, 2021, 8:36 PM IST

କଳାହାଣ୍ଡି ଜୟନ୍ତପୁର ନିକଟରେ ବାଇକ ଦୁର୍ଘଟଣା । ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର । ଅଧିକ ପଢନ୍ତୁ...

ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ
ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଜୟନ୍ତପୁର ନିକଟରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଧର୍ମଗଡ଼ ଥାନା ଅନ୍ତର୍ଗତ ନାଗୁପଡା ଗାଁର ନିଳାମ୍ବର ନାଗ ଏବଂ ଆହତଙ୍କ ନାମ ଅଖିଳ ନାଗ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ନିଳାମ୍ବର ଓ ଅଖିଳ ନିଜ ଗାଁରୁ ବାଇକ ଯୋଗେ ଜୟନ୍ତପୁର ଗାଁକୁ କୌଣସି କାମରେ ଯାଉଥିବାବେଳେ ଜୟନ୍ତପୁର ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ନିଳାମ୍ବରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.