ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ପଞ୍ଚାୟତ ବେତରାଜପାଲି ଗାଁ ମଝିରେ ବୃଦ୍ଧାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ତେବେ ମୃତକ ଜଣକ ସେହି ଗାଁର କୁଞ୍ଜ ଜାଲଙ୍କ ପତ୍ନୀ ପାନ ଜାଲ ବୋଲି ଜଣାପଡିଛି । ସୂଚନାନୁଯାୟୀ, ମୃତକ ଭୋରରୁ ଶୌଚପାଇଁ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କଲାପରେ ଗାଁ ମଝିରେ ତାଙ୍କର କ୍ଷତାକ୍ତ ମୃତଦେହ ଦେଖିବାକୁ ମିଳିଥିଲା ।
ଏନେଇ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣାସ୍ଥଳରେ କେଗାଁ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମକୁ ଖବର ଦେଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ