ETV Bharat / state

ଗିଳିଦେଲେ ଭତ୍ତା ଟଙ୍କା ! ମାସ ମାସ ଧରି ଅପେକ୍ଷାରେ ହିତାଧିକାରୀ - କଳାହାଣ୍ଡିରେ ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି

କଳାହାଣ୍ଡିରେ ଭତ୍ତା ବଣ୍ଟନରେ ଅନିୟମିତତା । କେତେବେଳେ ୬ ମାସରେ ତ ଆଉ କେତେବେଳେ ଦେଢ ବର୍ଷରେ ଭତ୍ତା ପାଉଛନ୍ତି ବୃଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତି । ଶୀତ ଦିନେ କମ୍ବଳ ପାଇଁ ଆସୁଥିବା ଟଙ୍କା ଖରାଦିନେ ମିଳୁଛି । ପିଇଓ ହିତାଧିକାରୀଙ୍କ ଭତ୍ତା ଟଙ୍କା ଚଞ୍ଚକତା କରି ହଡପ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ମାସ ମାସ ଧରି ଅପେକ୍ଷାରେ ହିତାଧିକାରୀ
କଳାହାଣ୍ଡିରେ ଭତ୍ତା ବଣ୍ଟନରରେ ଅନିୟମିତତା
author img

By

Published : Mar 23, 2023, 4:04 PM IST

କଳାହାଣ୍ଡିରେ ଭତ୍ତା ବଣ୍ଟନରରେ ଅନିୟମିତତା

ଭବାନୀପାଟଣା: ବୃଦ୍ଧବୃଦ୍ଧା, ବୈଧବ୍ୟ ଯନ୍ତ୍ରଣା ଭୋଗୁଥିବା ମହିଳା ଓ ଶାରୀରିକ ଭିନ୍ନକ୍ଷମଙ୍କ ସମାଜିକ ସୁରକ୍ଷା ପାଇଁ ସରକାର ନିୟମିତ ଭତ୍ତା ପ୍ରଦାନ କରୁଛନ୍ତି । ଶୀତ ଦିନେ ଅସହ୍ୟ ଜାଡରୁ ରକ୍ଷା ଲାଗି କମ୍ବଳ ବାବଦକୁ ସରକାରୀ ତହବିଲରୁ ଟଙ୍କା ଆସୁଛି । ହେଲେ କଳାହାଣ୍ଡି ଜିଲ୍ଲାରେ ମାସିକ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । କେତେବେଳେ ୬ ମାସରେ ଭତ୍ତା ପାଉଛନ୍ତି ତ ଆଉ କେତେବେଳେ ଦେଢ ବର୍ଷ ପରେ ମିଳୁଛି । ଏପରିକି ଶୀତ ଦିନେ କମ୍ବଳ ପାଇ ଆସୁଥିବା ଟଙ୍କା ପହଞ୍ଚୁ ପହଞ୍ଚୁ ଖରାଦିନ ହୋଇଯାଉଛି । କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଗ୍ରାମ ପଞ୍ଚାୟତରେ ଭତ୍ତାବଣ୍ଟନରେ ଏଭଳି ବଡଧରଣର ଅନିୟମିତତା ଅଭିଯୋଗ ହୋଇଛି ।

ସ୍ଥାନୀୟ ଜନପ୍ରତିନିଧି ଓ ହିତାଧିକାରୀମାନେ ଏ ସମ୍ପର୍କରେ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ଏଥିପ୍ରତି କେସିଙ୍ଗା ବ୍ଳକର ବଡ଼ବାବୁମାନେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଉତ୍କେଲା ପଞ୍ଚାୟତରେ ଅଧିକାଂଶ ହିତାଧିକାରୀ ଗତ ଜୁଲାଇ ଓ ନଭେମ୍ବର ମାସରୁ ଭତ୍ତା ପାଇନାହାନ୍ତି । କେତେକ ନିର୍ଦ୍ଧିଷ୍ଟ ହିତାଧିକାରୀ ଦେଢ଼ ବର୍ଷ ହେବ ଭତ୍ତା ଟଙ୍କା ପାଇଁ ଚାହିଁ ବସିଛନ୍ତି । ଏ ସମ୍ପର୍କରେ ଜାଣିବା ପରେ ଇଟିଭି ଭାରତ ପ୍ରତିନିଧି ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ସମସ୍ୟା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ଏନେଇ ପଞ୍ଚାୟତ ଅଫିସରେ ଖବର ପହଞ୍ଚିବା ପରେ ପିଇଓଙ୍କ ଜଣେ ଅନୁଗାମୀ କିଛି ହିତାଧିକାରୀଙ୍କୁ କିଛି ମାସର ଭତ୍ତା ଟଙ୍କା ଘରକୁ ଯାଇ ପ୍ରଦାନ କରିଥିବା ଜଣାପଡିଛି । ହେଲେ ସମସ୍ତଙ୍କ ପାଖରେ ଏହା ପହଞ୍ଚି ପାରିନାହିଁ ।

ସୂଚନା ଅନୁଯାୟୀ, ଉତ୍କେଲା ପଞ୍ଚାୟତର ବିଭିନ୍ନ ଯୋଜନାର ପ୍ରାୟ ୭୪୯ ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି । ବ୍ୟାଙ୍କ ଲିଙ୍କ ହେଉନଥିବାରୁ ସେମାନଙ୍କ ମଧ୍ୟରୁ ପ୍ରାୟ ୧୮୩ ଜଣ ଅଫ ଲାଇନରେ ଭତ୍ତାପାଆନ୍ତି । ଏହି ହିତାଧିକାରୀମାନଙ୍କୁ ପିଇଓ ନିୟମିତ ଭତ୍ତା ଦେଉଥିବା କହି ଦେଉଛନ୍ତି । ମାତ୍ର ବାସ୍ତବରେ ମାସ ମାସ ହେଲାଣି ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ଅନେକ ହିତାଧିକାରୀ । ଏସବୁ ଅନିୟମିତତା ସଂକ୍ରାନ୍ତରେ ଉକ୍ତ ପଞ୍ଚାୟତର କିଛି ନିର୍ବାଚିତ ଏବଂ ଜନସାଧାରଣ ଗତବର୍ଷ ଅଗଷ୍ଟ ୧୭ ତାରିଖରେ କେସିଙ୍ଗା ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏପରିକି ଗତ ସପ୍ତାହରେ ମଧ୍ୟ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ପିଇଓଙ୍କ ବିରୋଧରେ ତଦନ୍ତ ହେବ କ’ଣ ବ୍ଲକର ବଡ଼ବାବୁମାନଙ୍କ ଅଭୟ ବାଣୀରେ ସେ ବଳିୟାନ ହୋଇଥିବା ଅଭିଯୋଗ ହେଉଛି ।

ଗତବର୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ଲକର ସମସ୍ତ ପିଇଓଙ୍କ ବଦଳି ହୋଇଥିଲା । ହେଲେ ଉତ୍କେଲା ପଞ୍ଚାୟତର ପିଇଓ ଲମ୍ବୁ ଶିଖାଙ୍କ ବଦଳି ବଦଳରେ ତାଙ୍କୁ ଚାଞ୍ଚେର ପଞ୍ଚାୟତ ସହିତ ଉତ୍କେଲା ପଞ୍ଚାୟତର ଦାୟିତ୍ଵ ମଧ୍ୟ ଦିଆଯାଇଛି । ଦୁଇଟି ପଞ୍ଚାୟତ ଦାୟିତ୍ବରେ ଥିବାରୁ ପିଇଓ ଅଧିକାଂଶ ସମୟ ଚାଞ୍ଚେର ପଞ୍ଚାୟତରେ ରହି ବ୍ୟକ୍ତିଗତ ଅନୁଗାମୀମାନଙ୍କ ଦ୍ଵାରା ଉତ୍କଲା ପଞ୍ଚାୟତର ଭତ୍ତା, ଚାଉଳ ପ୍ରଦାନ ସମେତ ମନରେଗା ଆଦି କାର୍ଯ୍ୟ ଚଳାଇ ନିଅନ୍ତି । ଯେଉଁ କାରଣରୁ ହିତାଧିକାରୀମାନେ ଦୀର୍ଘ ମାସ ହେଲାଣି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଜିଲ୍ଲା ମହକୁମାରୁ ପ୍ରାୟ ୨୫ କିଲୋମିଟର ଏବଂ ବ୍ଲକ ମହକୁମାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଜାତୀୟ ରାଜପଥ ଉପରେ ଥିବା ଉତ୍କେଲା ପଞ୍ଚାୟତର ହିତାଧିକାରୀଙ୍କ ସମସ୍ୟା କେବେ ଦୂର ହେବ ତାହାକୁ ଅପେକ୍ଷା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.